Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଅବୈଧ ସମ୍ପର୍କ ଧରାପଡ଼ିଯିବାରୁ ପରିବାରର ୬ଜଣଙ୍କୁ ଚା’ରେ ବିଷ ଦେଇଦେଲେ ମହିଳା ,ନିଜେ ବି ପିଇଲେ : କିନ୍ତୁ ପରିଣାମ ହେଲା ଏପରି…

11/10/2020 at 5:27 PM

ପଟନା ୧୧/୧୦: ବିହାରର ମଧୁବନୀ ଜିଲ୍ଲାରେ ଅନୈତିକ ସମ୍ପର୍କ ଯୋଗୁଁ ମହିଳା ନିଜ ପରିବାରର ୬ଜଣ ସଦସ୍ୟଙ୍କୁ ବିଷ ଦେଇ ଦେଇଛନ୍ତି। ମହିଳା ନିଜ ଅନୈତିକ ସମ୍ପର୍କ କାରଣରୁ ନିଜ ପିଲାଙ୍କୁ ମଧ୍ୟ ହତ୍ୟା କରି ଦେଇଛନ୍ତି। ଏଥିରେ ଦିଅରଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୨ପିଲାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେମାନେ ହସ୍ପିଟାଲରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

କୁହାଯାଉଛି ଯେ ପଟନା ଜିଲ୍ଲାର ବିସ୍ଫି ଥାନା ଅଞ୍ଚଳର ସାଦୁଲ୍ଲହପୁରରେ ଅଭିଯୁକ୍ତ ମହିଳା ଅନୈତିକ ସମ୍ପର୍କ କାରଣରୁ ପରିବାରର ୬ଜଣ ସଦସ୍ୟଙ୍କ ଚା’ରେ ବିଷ ମିଶାଇ ପିଇବାକୁ ଦେଇ ଦେଇଛନ୍ତି। ଅଭିଯୁକ୍ତ ମହିଳାଙ୍କ ନାଁ ଚନ୍ଦା ଦେବୀ। ଚନ୍ଦା ଦେବୀ ନିଜ ଦିଅର ସନ୍ତୋଷ ଶାହ,ନିଜ ଶାଶୁ,ନିଜ ୩ପୁଅଙ୍କୁ ବିଷାକ୍ତ ଚା’ ପିଇବାକୁ ଦେଇଥିଲେ। ଏହା ପରେ ନିଜେ ସେହି ବିଷାକ୍ତ ଚା’ ପିଇ ଦେଇଥିଲେ।

ଘଟଣାର ସୂଚନା ମିଳିବା ମାତ୍ରେ ସମସ୍ତ ପୀଡ଼ିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦା ଦେବୀଙ୍କ ଦିଅର ସନ୍ତୋଷ ଶାହଙ୍କ ମୃତ୍ୟୁ ହୋଇଯାଇଛି। ଅଭିଯୁକ୍ତ ମହିଳାଙ୍କ ପୁଅ ଅଭିଷେକ ଶାହ ଏବଂ ପ୍ରଭାତ କୁମାର ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ଚିକିତ୍ସା ପରେ ଅଭିଯୁକ୍ତ ଚନ୍ଦା ଦେବୀ,ତାଙ୍କ ବଡ଼ ପୁଅ ଏବଂ ତାଙ୍କ ଶାଶୁ ବିପଦମୁକ୍ତ ଅଛନ୍ତି।

   Related Posts