ଲିଫ୍ଟ ଦେଇ ସ୍ବାମୀଙ୍କ ସାମନାରେ ମହିଳାଙ୍କୁ ଦୁଷ୍କର୍ମ କଲେ ୩ଜଣ ଦୁର୍ବୃତ୍ତ

Published By : Prameya-News7 Bureau | July 03, 2019 IST

ଭୋପାଳ ୩/୭: ଜଣେ ମହିଳାଙ୍କ ସହ ୩ଜଣ ଦୁର୍ବୃତ୍ତ ପାଳି କରି ଦୁଷ୍କର୍ମ କରିଛନ୍ତି। ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଜୁରୀ ଅଞ୍ଚଳରେ। ଅଭିଯୁକ୍ତମାନେ ପ୍ରଥମେ ମହିଳାଙ୍କ ସ୍ବାମୀଙ୍କ ସହ ମାଡ଼ପିଟ କରିଥିଲେ ଏବଂ ତାଙ୍କୁ ବନ୍ଧକ କରିଥିଲେ ଏବଂ ଏହାପରେ ତାଙ୍କ ପତ୍ନୀଙ୍କ ସହ ଦୁଷ୍କର୍ମ କରିଥିଲେ।

ବର୍ତ୍ତମାନ ପୋଲିସ୍ ପୀଡ଼ିତାଙ୍କ ଅଭିଯୋଗରେ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ପଚରାଉଚୁରା ଆରମ୍ଭ କରିଦେଇଛି। ରାଜଧାନୀ ଭୋପାଳରେ ପୂର୍ବରୁ ମଧ୍ୟ ଗଣଦୁଷ୍କର୍ମର ଘଟଣା ସାମନାକୁ ଆସିଛି।

ପୀଡ଼ିତାଙ୍କ କହିବାନୁସାରେ ଅଭିଯୁକ୍ତମାନେ ତାଙ୍କ ସ୍ବାମୀଙ୍କ ସହ ମାଡ଼ପିଟ କରି ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ସେମାନେ ତାଙ୍କ ସ୍ବାମୀଙ୍କୁ ଟ୍ରକରୁ ତଡ଼ି ଦେଇଥିଲେ ଏବଂ ତା’ପାର ଦୁଷ୍କର୍ମ କରିଥିଲେ। ଏହାପରେ ୩ଜଣ ଅଭିଯୁକ୍ତ ମହିଳାଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ। ପୋଲିସଙ୍କ କହିବାନୁସାରେ ବକାନିଆରେ ରହୁଥିବା ୩୮ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ସ୍ବାମୀ ଜଣେ ଶ୍ରମିକ। ସୋମବାର ରାତି ୮ଟାବେଳେ ସ୍ବାମୀ-ସ୍ତ୍ରୀ ୧୧ମାଇଲ୍ ଖଜୁରୀ ନିକଟରେ ଏକ ଢାବାରେ ଖାଇଥିଲେ ଏବଂ କାଲୁଖେଡ଼ି ପହଞ୍ଚିଥିଲେ। ସେଠାରେ ଗାଡ଼ିକୁ ଅପେକ୍ଷା କରିଥିଲେ। ରାତି ୯:୩୦ବେଳେ ଏକ ଗ୍ୟାସ୍ ସିଲିଣ୍ଡରରେ ଭର୍ତ୍ତି ଥିବା ଟ୍ରକକୁ ସେମାନେ ଲିଫ୍ଟ ମାଗିଥିଲେ।

ଟ୍ରକରେ ପୂର୍ବରୁ ୨ଜଣ ଥିଲେ। ଦମ୍ପତ୍ତିଙ୍କୁ ଲିଫ୍ଟ ଦେବାପରେ ଟ୍ରକ୍ ଚାଳକ ମହିଳାଙ୍କ ସହ ଅସଦାଚରଣ ଆରମ୍ଭ କରିଥିଲା ଏବଂ ତା’ପରେ ସ୍ବାମୀଙ୍କ ସହ ମାଡ଼ପିଟ କରିବା ପରେ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.