ସ୍ୱାମୀ ସହ ଔଷଧ ନେବା ପାଇଁ ଯାଉଥିବାବେଳେ ରାସ୍ତାରେ ଅଟକାଇ ଗଣଦୁଷ୍କର୍ମ : ଭିଡିଓ ରେକଡିଂ କରି ଭାଇରାଲ

Published By : Prameya-News7 Bureau | June 17, 2019 IST

ରାମପୁରା ୧୭/୬ : ଉତ୍ତରପ୍ରଦେଶ ରାମପୁାରା ଜିଲ୍ଲାରେ ମିଲକ ଥାନା ଅଂଚଳରେ ବାଇକରେ ଯାଉଥିବା ସ୍ୱାମୀ ସ୍ତ୍ରୀଙ୍କୁ କିଛି ଦୁର୍ବୁତ୍ତ ରାସ୍ତାରେ ଅଟକାଇ ଥିଲେ । ସ୍ୱାମୀକୁ ମାରପିଟ କରି ସ୍ତ୍ରୀକୁ ଗଣଦୁଷ୍କର୍ମ କରିଛନ୍ତି ଦୁର୍ବୁତ୍ତ । ଉଭୟଙ୍କୁ ରାସ୍ତାରେ ପ୍ରତାଡ଼ିତ କରି ଭିଡିଓ ମଧ୍ୟ ରେକଡିଂ କରିଥିଲେ । ଏହି ଭିଡିଓକୁ ପରେ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ ଅଭିଯୁକ୍ତମାନେ । ଘଟଣା ପରେ ଥାନାରେ ମାମଲା ରୁଜ୍ଜୁ କରାଯାଇଛି । ପୀଡିତା ମହିଳା ୪ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ୪ଜଣଙ୍କ ମଧ୍ୟରୁ ୩ଜଣଙ୍କ ପରିଚୟ ମିଳିଛି ।

ପୋଲିସ ଅଧିକାରୀ ଅଜୟ ପାଲ ଶର୍ମାଙ୍କ ଅନୁଯାୟୀ, ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ସ୍ୱାମୀ ସ୍ତ୍ରୀ ବାଇକରେ ଯାଉଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଅଟକାଇ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ବିରୋଧ କରିବାରୁ ମାରପିଟ କରିଥିଲେ ଓ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲା । ଘଟଣା ଜୁନ ୧୧ ତାରିଖରେ ଘଟିଛି । ଜୁନ ୧୫ ତାରିଖ ସନ୍ଧ୍ୟାରେ ମହିଳା ମାମଲା ରୁଜ୍ଜୁ କରିଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି, ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଖୋଜାଖୋଜି କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.