ଆଶ୍ରମରୁ ଘରକୁ ଯିବା ପାଇଁ ଲିଫ୍ଟ ଦେଇଥିଲା କାର: କାର ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ

Published By : Prameya-News7 Bureau | May 24, 2019 IST

ନୂଆଦିଲ୍ଲୀ ୨୪/୫ : ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ମୈଦାନଗଡି ଅଞ୍ଚଳର ଏକ ଶୁନଶାନ ଯାଗାରେ ଜଣେ ୨୬ ବର୍ଷ ବୟସ୍କା ବିବାହିତା ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି । ମହିଳାଙ୍କ କହିବାନୁଯାୟୀ, ଗତ ମେ ୧୯ ତାରିଖରେ ଫତେହପୁରି ବେରି ସ୍ଥିତ ଏକ ଆଶ୍ରମକୁ ଯାଇଥିଲେ । ଆଶ୍ରମରୁ ସେ ରାତି ୮ଟାରେ ବାହାରିଥିଲେ । ସେ ଅଟୋ ପାଇଁ ରାସ୍ତାରେ ଅପେକ୍ଷା କରିଥିଲେ । ସେତେବେଳେ ଏକ ଧଳା କାର ତାଙ୍କୁ ଦେଖି ଅଟକିଥିଲା । କାରରେ ବସିଥିବା ଲୋକଙ୍କୁ ମହିଳା ଛତରପୁର ଯିବା ପାଇଁ ଲିଫ୍ଟ ମାଗିଥିଲେ ।

କାରରେ ୨ ଜଣ ବସିଥିଲେ । ସେମାନେ ମହିଳାଙ୍କୁ ଲିଫ୍ଟ ଦେଇଥିଲେ । ଲିଫ୍ଟ ଦେବାପରେ ସେମାନେ ମହିଳାଙ୍କୁ ଭୁଲ ବାଟରେ ନେଇଯାଇ ଏକ ଶୁନଶାନ ଯାଗାରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହପରେ ସେମାନେ ମହିଳାଙ୍କୁ ସେଠାରେ ଛାଡି ଚାଲିଯାଇଥିଲେ । ମହିଳା ପୋଲିସକୁ ଡାକିଥିଲେ । ପୋଲିସ ପହଞ୍ଚି ମହିଳାଙ୍କୁ ଏମ୍ସ ହସ୍ପିଟାଲ ନେଇଯାଇଥିଲେ ।

ହସ୍ପିଟାଲରେ ମହିଳାଙ୍କ ଚିକିତ୍ସା କରାଯାଇଥିଲା । ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ । ପୀଡିତା ମହିଳା ପୋଲିସକୁ କହିଥିଲେ ଯେ, ୨ ଅଭିଯୁକ୍ତ ପରସ୍ପରକୁ ଦେବେନ୍ଦ୍ର ଓ ଜୟହିନ୍ଦ ନାଁରେ ଡକାଡକି ହେଉଥିଲେ ।

ମହିଳାଙ୍କ ଘର ରାଜସ୍ଥାନ ଅନୱର ଜିଲ୍ଲାରେ । ସେ କିଛି ଦିନ ପୁର୍ବରୁ ଦିଲ୍ଲୀ ଆସିଥିଲେ । ସେଠାରେ ସେ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ମହିଳାଙ୍କର ୮ ବର୍ଷର ଗୋଟିଏ ଝିଅ ଅଛି । ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହୁଛନ୍ତି ।

ମୈଦାନଗଡି ପୋଲିସ ଭାରତୀୟ ଦଣ୍ଡ ବିଧାନ ଧାରା ୩୭୬ ରେ ମାମଲା ରୁଜ୍ଦୁ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.