Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଲଜ୍ଜା : ଘର ଛାଡ଼ି ଯାଉଥିବା ଯୁବତୀଙ୍କୁ ରେଲଓ୍ବେ ଷ୍ଟେସନରେ ଗଣଦୁଷ୍କର୍ମ

21/04/2019 at 12:51 PM

ଦେବରିଆ ୨୧/୪: ଦେବରିଆରେ ଶୁକ୍ରବାର ରାତିରେ ଘର ଛାଡ଼ି ବାହାରିଥିବା ଜଣେ ମହିଳାଙ୍କୁ କେତେକ ଲୋକ ଗଣଦୁଷ୍କର୍ମ କରି ଫେରାର ହୋଇ ଯାଇଛନ୍ତି। ଥାନାକୁ ପହଞ୍ଚି ମହିଳା ନିଜ ସହ ଘଟିଥିବା ସମସ୍ତ ଘଟଣା ବିଷୟରେ କହିଛନ୍ତି। ପୋଲିସ ୩ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ଦ୍ବିତୀୟ ପକ୍ଷ ଲୋକ ମଧ୍ୟ ଥାନାରେ ପହଞ୍ଚି ଯାଇଛନ୍ତି ଏବଂ ପଞ୍ଚାୟତ ଚାଲିଛି।

ଗୈାରୀ ବଜାର ଥାନା ଅଞ୍ଚଳର ଏକ ଗାଁର ଜଣେ ଯୁବତୀଙ୍କ ସେହି ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଯୁବତୀଙ୍କ ବିବାହ ଅନ୍ୟତ୍ର କରି ଦିଆଯାଇଥିଲା। ଏହା ସତ୍ତେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇଥିଲା। ପ୍ରେମିକ ଡାକିବାରୁ ସେ ଶୁକ୍ରବାର ବିଳମ୍ବିତ ରାତିରେ ଗୈାରୀବଜାର ପହଞ୍ଚିଥିଲେ। ଦୁହେଁ ଟ୍ରେନ ଧରି କେଉଁଠି ଯିବାକୁ ଯୋଜନା କରିଥିଲେ। ଠିକ୍ ସେତିକିବେଳେ କେତେକଙ୍କ ଯୁବକଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା।

୩ଜଣ ଯୁବକ ତାଙ୍କ ମହିଳାଙ୍କ ପ୍ରେମିକଙ୍କ ସହ ମାରପିଟ କରି ତାଙ୍କୁ ସେଠାରୁ ବିଦା କରି ଦେଇଥିଲେ। ଯୁବତୀଙ୍କୁ ଧମକ ଦେଇ ଚିନି ମିଲର ବୁଦାକୁ ନେଇ ଯାଇଥିଲେ ଏବଂ ଜଣେ ଜଣେ କରି ଦୁଷ୍କର୍ମ କରିଥିଲେ। ଏହାପରେ ପୀଡ଼ିତା ଥାନାକୁ ଆସି ଘଟଣା ସମ୍ପର୍କ​‌ରେ ପୋଲିସକୁ କହିଥିଲେ। ଏହାପରେ ପୋଲିସ୍ ୩ଜଣ ଯୁବକଙ୍କୁ ଅଟକ ରଖିଛି। ଘଟଣାର ସୂଚନା ମିଳିବା ପରେ ପୀଡ଼ିତାଙ୍କ ଘରଲୋକେ ଥାନାରେ ପହଞ୍ଚିଥିଲେ।

   Related Posts