ବଜାରକୁ ଯାଉଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ :ଭିଡିଓ ଭାଇରାଲ କରିବାକୁ ଧମକ

Published By : Prameya-News7 Bureau | April 21, 2019 IST

ପୂରକାଜୀ ୨୧/୪: ଗାଁରୁ ବଜାରକୁ ଆସୁଥିବା ଯୁବତୀଙ୍କୁ ଟାଟା ଏସି ଚାଳକ ଏବଂ ତା’ର ୪ଜଣ ବନ୍ଧୁ ଜୋର ଜବରଦସ୍ତି ଧମାତ କେନାଲ ପୋଲ ନେଇ ଯାଇ ଆଖୁ କ୍ଷେତରେ ଗଣ ଦୁଷ୍କର୍ମ କରି ଭିଡିଓ କ୍ଲିପ୍ କରିଛନ୍ତି। ଏହି ଘଟଣା ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଯୁବତୀଙ୍କଠୁ ମୋବାଇଲ୍ ଏବଂ ଟଙ୍କା ମଧ୍ୟ ଛଡ଼ାଇ ନେଇ ଯାଇଛନ୍ତି। ପୀଡ଼ିତା ଜଣକ ଥାନାରେ ରିପୋର୍ଟ ଦାଖଲ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଗୁହାରି କରିଛନ୍ତି।

ପୀଡ଼ିତାଙ୍କ କହିବାନୁସାରେ ସେ ଗତକାଲି ସକାଳ ୧୦ଟାବେଳେ ଗାଁରୁ ବଜାରକୁ ଜିନିଷପତ୍ର କିଣିବାକୁ ଆସୁଥିଲେ। ସେଥିପାଇଁ ସେ ଏକ ଟାଟା ଏସି ଗାଡ଼ିରେ ବସିଥିଲେ। ଯେଉଁଥିରେ ଅନ୍ୟ ଲୋକମାନେ ମଧ୍ୟ ଥିଲେ। ଟାଟା ଏସି ଚାଳକ ଯାତ୍ରୀଙ୍କୁ ଝବରପୁର ପାଖରେ ଓହ୍ଲାଇ ନିଜ ଚାରିଜଣ ସାଙ୍ଗଙ୍କୁ ଫୋନ୍ କରି ଡାକିଥିଲା। ଏହାପରେ ସେମାନେ ଗାଡ଼ିକୁ ଧମାତ ଗଙ୍ଘ କେନାଲରୁ ପଟରୀ ରାସ୍ତାକୁ ନେଇଯାଇଥିଲେ। ଏଠାରେ ସେମାନେ ଯୁବତୀଙ୍କୁ ଏକ ଆଖୁ କ୍ଷେତକୁ ଟାଣି ନେଇଥିଲେ। ୩ଜଣ ଯୁବକ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ଏବଂ ଆଉ ଜଣେ ଯୁବକ ନିଜ ମୋବାଇଲରେ ଦୁଷ୍କର୍ମର ଭିଡିଓ କରୁଥିଲେ। ଯୁବତୀ ଜଣକ ବିରୋଧ କରିବାରୁ ତାଙ୍କ ଡ୍ରେସ୍ ମଧ୍ୟ ଫାଡ଼ି ଦେଇଥିଲେ।

ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତମାନେ ଯୁବତୀଙ୍କ ମୋବାଇଲ୍ ଏବଂ ଟଙ୍କା ଛଡ଼ାଇ ନେଇଥିଲେ ଏବଂ କାହାକୁ ଏବିଷୟରେ କହିଲେ ଭିଡିଓ ଭାଇରାଲ କରି ଜୀବନରେ ମାରି ଦେବାକୁ ଧମକ ଦେଇ ଯୁବତୀଙ୍କୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ। କୈାଣସି ମତେ ପୀଡ଼ିତା ଘରକୁ ଫେରିଥିଲେ ଏବଂ ପରିବାର ଲୋକଙ୍କୁ ଘଟଣା ବିଷୟରେ କହିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ନେଇ ଥାନାକୁ ପହଞ୍ଚିଥିଲେ ଏବଂ ରିପୋର୍ଟ ଦାଖଲ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.