ଅପହରଣ ପରେ ମହିଳାଙ୍କୁ ଗଣଦୁଷ୍କର୍ମ : ସିଗାରେଟ ଚେଙ୍କ ଦେଇ ବିଷ ପିଆଇ ଫିଙ୍ଗିଦେଲେ ରାସ୍ତାରେ

Published By : Prameya-News7 Bureau | October 09, 2019 IST

wp:heading {"level":5}
ରତଲାମ ୯/୧୦: ମଧ୍ୟପ୍ରଦେଶର ରତଲାମରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ଯାହା ବିଷୟରେ ଆପଣଙ୍କ ଲୋମ ଟାଙ୍କୁରି ଯିବ। ଏଠାରେ ଜଣେ ମହିଳାଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏହା ପରେ ତାଙ୍କ ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ଲଗାଯାଇଛି। ଘଟଣାସ୍ଥଳରେ ପୀଡ଼ିତା ମହିଳାଙ୍କ ୨ବର୍ଷର ଝିଅ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମହିଳାଙ୍କ ପ୍ରଥମ ସ୍ବାମୀ ଏବଂ ତାଙ୍କର ୪ଜଣ ସାଙ୍ଗ ଏହି ଘଟଣା ଭିଆଇଛନ୍ତି ବୋଲି କୁହାଯାଉଛି।
/wp:heading wp:heading {"level":5}
ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଆଲୋଟ ଥାନା ଅଞ୍ଚଳରେ। ପୀଡ଼ିତାଙ୍କ କହିବାନୁସାରେ,ଗତ ମାସରେ ତାଙ୍କୁ ଛାଡ଼ପତ୍ର ଦେଇଥିବା ତାଙ୍କ ପ୍ରଥମ ସ୍ବାମୀ , ଦ୍ବିତୀୟ ସ୍ବାମୀଙ୍କ ସହିତ ମାରପିଟ କରିଥିଲେ ଯାହାର ମୁଖ୍ୟ ସାକ୍ଷୀ ହେଉଛନ୍ତି ମହିଳା। ଏହି କାରଣରୁ ଅଭିଯୁକ୍ତ ସ୍ବାମୀ ମହିଳାଙ୍କୁ ବାରମ୍ବାର ବୟାନ ବଦଳାଇବାକୁ କହୁଥିଲେ କିନ୍ତୁ ମହିଳା ଏପରି କରିବାକୁ ମନା କରୁଥିଲେ। ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ସେ ତା’ର ୪ଜଣ ସାଙ୍ଗ ସହ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲା।
/wp:heading

ସୂଚନା ଅନୁଯାୟୀ ଏମାନେ ପ୍ରଥମେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ତା’ପରେ ମହିଳାଙ୍କ ଯୌନାଙ୍ଗରେ ସିଗାରେଟ ଚେଙ୍କ ଦେଇଥିଲେ। ଏହା ପରେ ମହିଳାଙ୍କୁ ଜୀବନରେ ମାରି ଦେବା ଉଦ୍ଦେଶ୍ୟରେ ତାଙ୍କୁ ବିଷ ପିଆଇ ରାସ୍ତାରେ ଫିଙ୍ଗି ଫେରାର ହୋଇଯାଇଥିଲେ। ଆଶ୍ଚର୍ଯ୍ୟର କଥା ଏହିକି ଯେ ଯେତେବେଳେ ତାଙ୍କୁ ଦୁଷ୍କର୍ମ କରାଯାଉଥିଲା ସେହି ସମୟରେ ତାଙ୍କର ଦୁଇ ବର୍ଷର ଝିଅ ସେଠାରେ ଉପସ୍ଥିତ ଥିଲେ। ବର୍ତ୍ତମାନ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି।

କୁହାଯାଉଛି ଯେ ଗତ ସୋମବାର ପୀଡ଼ିତା ମହିଳା କୌଣସି କାମରେ ବାହାରକୁ ଯାଉଥିଲେ,ସେତେବେଳେ ରାସ୍ତାରେ ତାଙ୍କ ପ୍ରଥମ ସ୍ବାମୀ ତା’ର ଭଉଣୀ,ଭିଣୋଇ ଏବଂ ୨ଭଣଜା ମିଶି ତାଙ୍କୁ ଅପହରଣ କରିଥିଲେ। ଅଭିଯୁକ୍ତମାନେ ପ୍ରଥମେ ପ୍ରଚୁର ମଦ ପିଇଥିଲେ, ଏହା ପରେ ପ୍ରଥମ ସ୍ବାମୀର ୨ଭଣଜା ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏହା ପରେ ତାଙ୍କ ଯୌନାଙ୍ଗରେ ସିଗାରେଟ ଚେଙ୍କ ଦେଇ ତାଙ୍କୁ କୀଟନାଶକ ପିଆଇ ଦେଇଥିଲେ। ବର୍ତ୍ତମାନ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ପୋଲିସର କହିବାନୁସାରେ ଅଭିଯୋଗକୁ ଭିତ୍ତିକରି ଅପହରଣ,ଦୁଷ୍କର୍ମ ସହ ମାରପିଟ ସମେତ ଅନ୍ୟାନ୍ୟ ଧାରାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହା ବ୍ୟତୀତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.