ନିର୍ବନ୍ଧ ଉତ୍ସବକୁ ନିମନ୍ତ୍ରିତ ମହିଳାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ, ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

Published By : Prameya-News7 Bureau | November 16, 2020 IST

ମୁମ୍ବାଇ ୧୬/୧୧: ମୟାନଗରୀ ମୁମ୍ବାଇରେ ବଢ଼ିଚାଲିଛି ଅପରାଧ। ହତ୍ୟା ପାଖରୁ ଦୁଷ୍କର୍ମ ଭଳି ଅମାନୁ​‌ଷିକ କାଣ୍ଡ ଭିଆଇ ଚାଲିଛନ୍ତି ଅପରାଧି। ନଭେମ୍ବର ୮ ରାତିରେ ମୁମ୍ବାଇର ଏକ ହୋଟେଲରେ ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୩ ଅମଣିଷ। ନିର୍ବନ୍ଧ ସାମରୋହକୁ ଡାକି ନିଶା ଦେଇ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି।

ମୁମ୍ବାଇର ଅନ୍ଧେରି-କୁର୍ଲା ରୋଡ୍‌ରେ ଥିବା ଏକ ହୋଟେଲରେ ନିର୍ବନ୍ଧ ସମାରୋହ ପାଇଁ ୩ ଜଣ ମହିଳାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେବେ ଦୁଇ ମହିଳା ଚାଲିଆସିବା ପରେ ୨୨ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ୩ ଅଭିଯୁକ୍ତ। ତେବେ ନଭେମ୍ବର ୮ରେ ଘଟଣା ଘଟିଥିଲେ ହେଁ ରବିବାର ପୀଡ଼ିତା ସହର ଥାନା​‌ରେ ଅଭିଯୋଗ କରିଛନ୍ତି।

{"id":362863,"sizeSlug":"large","className":"is-style-rounded"}

ପୀଡ଼ିତଙ୍କ ଅନୁସାରେ ୩ ଅଭିଯୁକ୍ତ ଅବିନାଶ ପାଙ୍ଗେକର(୨୮), ଶିଶିର (୨୭) ଓ ତେଜାଜ(୨୫)। ପାଙ୍ଗେକର ମହିଳାଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ପୀଡ଼ିତାଙ୍କୁ ମଦ ଦେଇ ୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ସମ୍ପର୍କରେ ଶନିବାର ଦିନ ମହିଳା ଜଣଙ୍କ ନିଜର ପରିବାରକୁ ଜଣାଇଥିଲେ। ପରିବାର ସହାୟତାରେ ମହିଳା ଥାନାରେ ରବିବାର ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଖୋଜି ବାହାର କରାଯିବ। ଏହା ସହ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି। ଡାକ୍ତରୀ ମଇନା ପାଇଁ ପୋଲିସ ମହିଳାଙ୍କୁ ସ୍ଥାନୀୟ ଡାକ୍ତରଖାନା ପଠାଇଥିଲା। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.