Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଘରେ ପଶି ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ; ସ୍ବାମୀଙ୍କୁ ମାଡ ମାରି ସ୍ତ୍ରୀକୁ ଗଣଦୁଷ୍କର୍ମ, ମେଡିକାଲରେ ଭର୍ତ୍ତି

29/06/2019 at 7:55 AM

କେନ୍ଦ୍ରାପଡା  ୨୯|୬:  କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ପୋଇପାଟ ଗାଁରେ ଜଣେ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ ଅଭିଯୋଗ ହୋଇଛି |  ସ୍ବାମୀଙ୍କୁ ମାଡ ମାରି ସ୍ତ୍ରୀକୁ ୩ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ପ୍ରାୟ ସାଢେ ଗୋଟାଏ ବେଳେ ଗାଁରେ ଏକ ବାହାଘର ପ୍ରୋସେସନ୍ ଚାଲିଥିବା ବେଳେ ୩ ଜଣ ଦୁର୍ବୃତ୍ତ ଏହି ଗାଁର ଅନ୍ନପୂର୍ଣ୍ଣା ସାହୁଙ୍କ ଘର ଗ୍ରୀଲ୍ ଭାଙ୍ଗି ଭିତରକୁ ପଶିଥିଲେ | ଅନ୍ନପୂର୍ଣ୍ଣାଙ୍କ ସ୍ଵାମୀ ଦିଲ୍ଲୀପ ସାହୁଙ୍କୁ ମାଡ଼ମାରି ଅଚେତ୍ କରିଦେବା ପରେ ଅନ୍ନପୂର୍ଣ୍ଣାଙ୍କ ଲୁଗାପଟା ଚିରି ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ସ୍ଵାମୀ ଦିଲ୍ଲୀପ ଅଭିଯୋଗ କରିଛନ୍ତି | ଏହି ସମୟରେ ଅନ୍ନପୂର୍ଣ୍ଣାଙ୍କ ଦୁଇ ପୁଅ ଜୀବନ ବଞ୍ଚାଇବା ପାଇଁ ଅନ୍ୟଏକ ଘରେ ପଶି କବାଟ ବନ୍ଦ କରିଦେଇଥିଲେ | ଦୁର୍ବୃତ୍ତ ହାତରେ ଲୁହା ରଡ୍ ଧରି ଘର ଭିତରକୁ ପଶି ଥିଲେ | ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଦିଲ୍ଲୀପ ଓ ଅନ୍ନପୂର୍ଣ୍ଣାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ଏ ନେଇ ଥାନାରେ ଅଭିଯୋଗ କରି ନାହାନ୍ତି ପୀଡ଼ିତାଙ୍କ ପରିବାର | ତେବେ ଏକ ଜମିବାଡି ବିବାଦରୁ ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀପ |

   Related Posts