Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ପୁରୁଷଙ୍କୁ ଅନ୍ତରଙ୍ଗ ଫଟୋ ପଠାଇ ହନିଟ୍ରାପ କରୁଥିବା ମହିଳା ଗ୍ୟାଙ୍ଗର ପର୍ଦାଫାଶ: ଜଣେ ମହିଳା ଗିରଫ

12/04/2019 at 1:36 PM

ରଜୋରି ଗାର୍ଡେନ ଅଂଚଳରେ ଜଣେ ମହିଳାକୁ ପୋଲିସ ବୁଧବାର ଦିନ ଗିରଫ କରିଥିଲା | ମହିଳା ହନିଟ୍ରାପ ଜରିଆରେ ଲୋକଙ୍କୁ ଜାଲରେ ଫସେଇ ତାଙ୍କ ଠାରୁ ଟଙ୍କା ଲୁଟ କରିଥିଲେ | ବୁଧବାର ଦିନ ରଜୋରି ପୋଲିସ ମହିଳାଙ୍କ ପର୍ଦାଫାଶ କରିଥିଲା |


ସୂଚନାଯୋଗ୍ୟ ଯେ, ରଜୋରି ଗାର୍ଡେନ ପୋଲିସକୁ ଗୋଟିଏ ସପ୍ତାହ ପୂର୍ବରୁ ଜଣେ ବ୍ୟବସାୟୀ ଫୋନ କରି ଲୁଟ ଅଭିଯୋଗ କରିଥିଲେ | ପୀଡିତ ଜଣକ ଅଭିଯୋଗ କରିଥିଲେ ଯେ, କିଛି ଦିନ ପୂର୍ବରୁ ତାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଜଣେ ମହିଳାଙ୍କ ଫୋନ ଆସିଥିଲା | ଏହାପରେ ଅଜଣା ଯୁବତୀ ପ୍ରତିଦିନ ତାଙ୍କୁ ଫୋନ କରୁଥିଲେ | ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା | କିଛି ଦିନ ପରେ ବ୍ୟବସାୟୀ ଜଣକ ନିଜର ଜଣେ ବନ୍ଧୁଙ୍କ ସହ ମହିଳାଙ୍କୁ ସାକ୍ଷାତ କରିବାକୁ ରଜୋରି ଗାର୍ଡେନ ପହଁଚିଲେ | ସେଠାରେ ତାଙ୍କୁ ୨ଜଣ ମହିଳା ଥିଲେ | ୨ମହିଳା ବ୍ୟବସାୟୀ ଏବଂ ତାଙ୍କ ବନ୍ଧୁଙ୍କୁ ସୁବାସ ପାର୍କ ସ୍ଥିତ ଏକ ଘରକୁ ନେଇଗଲେ | ବ୍ୟବସାୟୀ ଏବଂ ତାଙ୍କ ବନ୍ଧୁଙ୍କ ଡ୍ରେସ ଖୋଲି ଦେଇଥିଲେ ୨ ମହିଳା | ଏତିକିବେଳେ ସେଠାକୁ ଆଉ ୪ଜଣ ମହିଳା ଏବଂ ୨ଜଣ ଯୁବକ ଆସିଥିଲେ | ଅଭିଯୁକ୍ତମାନେ ପୀଡିତଙ୍କୁ ଦୁଷ୍କର୍ମ ମାମଲା ଫସାଇବାକୁ ଧମକ ଦେଇ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ | ତେବେ ବ୍ୟବସାୟୀ ସେମାନଙ୍କ କଥାରେ ରାଜି ହୋଇନଥିଲେ | ଶେଷରେ ବ୍ୟବସାୟୀ ଜଣକ ତାଙ୍କୁ ୭ ଲକ୍ଷ ଟଙ୍କା ଦେବେ ବୋଲି କହିଲେ |


ପୂର୍ବରୁ ମଧ୍ୟ ଏହିଭଳି ଅନେକ ଘଟଣାର ପର୍ଦାଫାଶ ହୋଇଛି | ଏପ୍ରିଲ ୧୦ ତାରିଖରେ ଦିଲ୍ଲୀ ପୋଲିସର ପୂର୍ବତନ କର୍ମଚାରୀ ନିଜ ପ୍ରେମିକାଙ୍କ ସହ ଗିରଫ ହୋଇଥିଲେ | ଉଭୟ ଜଣେ ବ୍ୟବସାୟୀଙ୍କୁ ହନିଟ୍ରାପ ମାମଲାରେ ଫସାଇ ତାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ହଡପ କରିଥିଲେ |


୨୦୧୮ ମସିହା ଜୁନ ୧୦ ତାରିଖରେ ନେତାଜୀ ସୁବାସ ପେଲେସ ଅଂଚଳରେ ଜଣେ ଯୁବକଙ୍କୁ ହନିଟ୍ରାପ କରି ୫ କୋଟି ଟଙ୍କା ଦାବି କରି ଜଣେ ମହିଳା ଗିରଫ ହୋଇଥିଲେ | ସେହି ବର୍ଷ ମେ ୧୨ ତାରିଖରେ ତୁଗଲାକବାଦ ଜଙ୍ଗଲରେ ଜଣେ ଯୁବକଙ୍କୁ ହନିଟ୍ରାପ ମାମଲାରେ ଫସାଇ ଜଙ୍ଗଲକୁ ଡ଼ାକିନେଇ ହତ୍ୟା କରିଦିଆଯାଇଥିଲା | ଗତବର୍ଷ ଏପ୍ରିଲ ୯ ତାରିଖରେ ହନିଟ୍ରାପ ମାମଲାରେ ଲୋକଙ୍କ ଠାରୁ ଟଙ୍କା ହଡପ କରୁଥିବା ଏକ ଗ୍ୟାଙ୍ଗର ପର୍ଦାଫାଶ କରି ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା | ଏହି ଗ୍ୟାଙ୍ଗରେ ୪ଜଣ ମହିଳା ଏବଂ ୨ ଜଣ ପୁରୁଷ ସାମିଲ ଥିଲେ |


ପୋଲିସ ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ମହିଳାମାନେ ହ୍ଵାଟ୍ସଆପ ଏବଂ ଫୋନ କଲ ଜରିଆରେ ଲୋକଙ୍କୁ ଫସାଉଥିଲେ | ଏହାପରେ ନିଜ ଆଡ୍ଡାକୁ ଡାକି ବଦନାମ କରିବା ପାଇଁ ଧମକ ଦେଉଥିଲେ ଏବଂ ଲୁଟ କରୁଥିଲେ |


ଏମାନେ ସୋସିଆଲ ମିଡ଼ିଆରେ ଫେକ ପ୍ରୋଫାଇଲ ତିଆରି କରି ଲୋକଙ୍କୁ ଫସାଉଥିଲେ | ଲୋକଙ୍କୁ ହ୍ଵାଟ୍ସଆପରେ ମେସେଜ କରୁଥିଲେ | ଚାଟିଙ୍ଗ କରୁଥିବାବେଳେ ଲୋକଙ୍କୁ ଅନ୍ତରଙ୍ଗ ଫଟୋ ପଠାଉଥିଲେ | ଯାହାଫଳରେ ଲୋକେ ଅସ୍ଥିର ହୋଇ ପଡୁଥିଲେ | ଏମିତି ପରିସ୍ଥିତି ସୃଷ୍ଟି କରି ଲୋକଙ୍କ ବ୍ୟକ୍ତିଗତ ଜୀବନର ସବୁ ରହସ୍ୟ ପତା କରୁଥିଲେ | ଏହାପରେ ବ୍ଲାକମେଲ କରିବା ଆରମ୍ଭ କରିଥିଲେ |

   Related Posts