ଜାରିଙ୍ଗ ଜଙ୍ଗଲରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ: ଗୃହରାଷ୍ଟ୍ରମନ୍ତ୍ରୀ କଲେ ଘଟଣାରେ ହସ୍ତକ୍ଷେପ, ନିଜଆଡୁ ମହିଳା କମିଶନ ରୁଜ୍ଜୁକଲେ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କରିବେ ସୁପାରିଶ

Published By : Prameya-News7 Bureau | September 23, 2019 IST

ଭବାନୀପାଟଣା୨୩|୯: କଳାହାଣ୍ଡି କୋକସରା ଅଂଚଳରେ ଜଣେ ଯୁବତୀ ବନମାଳିପୁର ନିକଟ ଜାରିଙ୍ଗି ଜଙ୍ଗଲରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୀଡ଼ିତାଙ୍କ ବୟାନ ଅନୁସାରେ ପୋଲିସ ଜଣେ ଅଭିଯୁକ୍ତକୁ ଧରି ମାମଲାର ତଦନ୍ତ ଚଳାଇଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଛି । ସେପଟେ ଏଭଳି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଭରସା ଦେଇଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର । ମହିଳା କମିଶନ ମଧ୍ୟ ଏହି ଘଟଣାରେ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ପାଇଁ ୩ଜଣିଆ ଟିମ୍ କଳାହାଣ୍ଡି ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଥି ସହ ଘଟଣାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଂଚକୁ ଦେବାକୁ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।

{"id":161727}


କଳାହାଣ୍ଡିରେ ଲଜ୍ଜା । ପୁଣି ଗଣଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ଯୁବତୀ । ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଚଳାଇଛି ପୋଲିସ । ଦୋଷୀଙ୍କ ବିରୋଧରେ ଷ୍ଟ୍ରଙ୍ଗ ଆକ୍ସନର ଭରସା ଦେଲେ ଗୃହ ରାଷ୍ଟ୍ର ମନ୍ତ୍ରୀ । ନିଜ ଆଡ଼ୁ ମାମଲା ରୁଜୁ କଲେ ମହିଳା କମିଶନ ଅଧ୍ୟକ୍ଷା । ସେପ୍ଟେମ୍ବର ୧୪ ତାରିଖ । ସ୍ଥାନୀୟ କୋକସରା ଅଂଚଳର ଜଣେ ଯୁବତୀ କୌଣସି କାମରେ ଆସିଥିଲେ ଭବାନୀପାଟଣା । ବସ୍ ଫେଲ୍ ହେବାରୁ କୋକସରା ଅଂଚଳର ଜଣେ ଚିହ୍ନା ପରିଚିତ ଯୁବକଙ୍କ ସାଙ୍ଗରେ ଗାଁକୁ ଫେରୁଥିଲେ ।

{"id":161728}


ହେଲେ ଫେରିବା ବାଟରେ ବନମାଳିପୁର ନିକଟରେ ଯୁବତୀଜଣଙ୍କୁ ଟେକି ନେଇଥିଲେ ୪ଜଣ ଦୁର୍ବୃତ୍ତ । ପାଖରେ ଥିବା ଜାରିଙ୍ଗି ଜଙ୍ଗଲରେ ଦୁଷ୍କର୍ମ କରିଥିବା ନେଇ ପୋଲିସ ନିକଟରେ ବୟାନ ଦେଇଛନ୍ତି ପୀଡ଼ିତା । ପ୍ରଥମେ ଭାଇରାଲ ଭିଡିଓ ଆଧାରରେ ନିଜ ଆଡ଼ୁ ମାମଲା ରୁଜୁ କରିଥିବା ଜୁନାଗଡ଼ ପୋଲିସ, ପରେ ପୀଡ଼ିତାଙ୍କ ବୟାନ ଅନୁସାରେ ଯୁବତୀଙ୍କୁ ସାଙ୍ଗରେ ନେଇ ଯାଇଥିବା ଯୁବକକୁ ଧରି ଆରମ୍ଭ କରିଛି ତଦନ୍ତ ।

{"id":161729,"width":568,"height":320}


ସେପଟେ କଳାହାଣ୍ଡିର ଏହି ଗଣଦୁଷ୍କର୍ମ ଘଟଣାକୁ ଗୁରୁତର ସହ ନେଇଛନ୍ତି ଗୃହରାଷ୍ଟ୍ର କ୍ୟାପ୍ଟେନ୍ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଭରସା ଦେଇଛନ୍ତି । ସେହିଭଳି ଘଟଣାରେ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ ।

{"id":161730,"width":565,"height":318}


ମାମଲାର ତଦନ୍ତ ପାଇଁ ଆସନ୍ତା କାଲି କମିଶନଙ୍କ ୩ଜଣିଆ କମିଟି କଳାହାଣ୍ଡି ଯିବେ । ଏଥି ସହ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେବା ସହ ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ ରୋକିବା ଲାଗି ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।

{"id":161731}


ରାଜ୍ୟରେ ଗଲା ୨ମାସ ଭିତରେ ସ୍ପେଶାଲ ପକ୍ସୋ କୋର୍ଟରେ ଚାରି ଚାରିଟି ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରାଯାଇ ୪ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲେ ମଧ୍ୟ ଏହାର ପ୍ରଭାବ ଏଭଳି କିଛି ଯୌନ ପିପାଶୁଙ୍କ ଉପରେ ପଡ଼ୁନଥିବା ଦେଖିବାକୁ ମିଳୁଛି । ଯାହାର ପରିଣାମ ସ୍ବରୂପ ପୁଣି ସାମ୍ନାକୁ ଆସିଛି କଳାହାଣ୍ଡିର ଏହି ଗଣଦୁଷ୍କର୍ମ ଘଟଣା । ଏଭଳି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହିଁ ଏଭଳି ଘଟଣାକୁ ରୋକିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.