ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇ ପାକିସ୍ତାନରେ ଫସିଗଲେ ମହିଳା: ୧୮ ବର୍ଷ ଯାଏଁ ଜେଲରେ କାଟିଲେ ବନ୍ଦୀ ଜୀବନ

Published By : Prameya-News7 Bureau | January 27, 2021 IST

ଔରଙ୍ଗାବାଦ ୨୭/୦୧ : ନିଜ ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ସାକ୍ଷାତ କରିବାକୁ ୧୮ ବର୍ଷ ପୂର୍ବରୁ ପାକିସ୍ତାନ ଯାଇଥିଲେ ହସିନା ବେଗମ। ହସିନା ବେଗମ ବର୍ତ୍ତମାନ ଭାରତକୁ ଫେରିଛନ୍ତି। ପାକିସ୍ତାନରେ ପାସପୋର୍ଟ ହଜି ଯିବା ପରେ ହସିନା ବେଗମ ୧୮ ବର୍ଷ କାଳ ଲାହୋର ଜେଲରେ ବନ୍ଦୀ ଥିଲେ। ଔରଙ୍ଗାବାଦ ପୋଲିସ ଏହି ମାମଲାରେ ରିପୋର୍ଟ ଦର୍ଜ କରିଥିଲା। ମଙ୍ଗଳବାର ଦିନ ହସିନା ବେଗମ ଭାରତକୁ ଫେରି ଆସିଛନ୍ତି। ଫେରିବା ପରେ ଔରଙ୍ଗାବାଦ ପୋଲିସ ଓ ହସିନାଙ୍କ ସମ୍ପର୍କୀୟ ତାଙ୍କୁ ସ୍ୱାଗତ କରିଥିଲେ।

ଭାରତ ଫେରିବା ପରେ ହସିନା ବେଗମ କହିଛନ୍ତି ଯେ ସେ ପାକିସ୍ତାନରେ ବହୁତ କଷ୍ଟ ସହିଛନ୍ତି। ନିଜ ଦେଶରେ ଫେରିବା ପରେ ତାଙ୍କୁ ଶାନ୍ତି ମିଳିଛି। ସେ କହିଛନ୍ତି ସେ ସ୍ୱର୍ଗରେ ଥିଲା ଭଳି ଅନୁଭବ କରିଛନ୍ତି। ପାକିସ୍ତାନରେ ତାଙ୍କୁ ଜବରଦସ୍ତି ବନ୍ଦୀ କରି ରଖାଯାଇଥିଲା ବୋଲି ସେ କହିଛନ୍ତି। ମାମଲା ରୁଜ୍ଜୁ କରିଥିବାରୁ ସେ ଔରଙ୍ଗାବାଦ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

ବେଗମଙ୍କ ଜଣେ ସମ୍ପର୍କୀୟ ମଧ୍ୟ ବେଗମଙ୍କୁ ଫେରାଇ ଆଣିବାରେ ସାହାଯ୍ୟ କରିଥିବାରୁ ଔରଙ୍ଗାବାଦ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

ହସିନା ବେଗମ ପାକିସ୍ତାନ ଅଦାଲତରେ ଅନୁରୋଧ କରିଥିଲେ ଯେ ସେ ନିର୍ଦୋଷ ସେ କିଛି ଭୁଲ କରିନାହାନ୍ତି। ଏହାପରେ ଅଦାଲତ ମାମଲା ସବିଶେଷ ରିପୋର୍ଟ ମାଗିଥିଲେ। ଔରଙ୍ଗାବାଦ ପୋଲିସ ପାକିସ୍ତାନକୁ ରିପୋର୍ଟ ପଠାଇଥିଲେ ଯେ ହସିନା ବେଗମଙ୍କ ନାଁରେ ଔରଙ୍ଗାବାଦରେ ସିଟି ଥାନା ଅନ୍ତର୍ଗତ ଏକ ଅଞ୍ଚଳରେ ଘର ରେଜିଷ୍ଟର ଅଛି। ଏହାପରେ ଗତ ସପ୍ତାହରେ ପାକିସ୍ତାନ ବେଗମଙ୍କୁ ମୁକ୍ତ କରିଥିଲା ଓ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.