ସ୍ୱାମୀଙ୍କୁ ଜେଲ ପଠାଇବା ପାଇଁ ସ୍ତ୍ରୀ କଲେ ଏଭଳି କାରନାମା; ସିସିଟିଭିରେ କଏଦ ହୋଇଥିଲା ମହିଳାଙ୍କ ସମସ୍ତ କାରନାମା

Published By : Prameya-News7 Bureau | December 04, 2018 IST

ସିଡନୀ ୪/୧୨ : ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମହିଳା ନିଜ ସ୍ୱାମୀଙ୍କ ଉପରେ ମାରପିଟ କରୁଥିବା ଅଭିଯୋଗ କରି ତାଙ୍କୁ ଜେଲ ପଠାଇଦେଇଛନ୍ତି | କିନ୍ତୁ ସିସିଟିଭିରେ ମହିଳାଙ୍କ ସମସ୍ତ କାରନାମା କଏଦ ହୋଇଥିଲା | ସିସିଟିଭି ଫୁଟେଜରୁ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା | ସୂଚନାଯୋଗ୍ୟ ଯେ, ଫୈଜଲ ଖାନ ନାମକ ଜଣେ ବ୍ୟକ୍ତି ସେଠାରେ ରହୁଥିଲେ | ମୁସଲିମ ଡେଟିଂ ଜରିଆରେ ଅସମୀ ନାମକ ଜଣେ ମହିଳାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା | କିଛି ଦିନ ଉଭୟ ମିଶାମିଶି କରିବା ପରେ ପରସ୍ପରକୁ ବିବାହ କରିଥିଲେ | ବିବାହର କିଛି ଦିନ ପରେ ମହିଳା ନିଜ ଅସଲି ରଙ୍ଗ ଦେଖେଇବା ଆରମ୍ଭ କରିଦେଇଥିଲେ | କିଛି ଦିନ ପରେ ମହିଳା ସ୍ୱାମୀଙ୍କ ଉପରେ ଅଭିଯୋଗ କରିଥିଲେ ଯେ ଫୈଜଲ ତାଙ୍କୁ ମାରପିଟ କରୁଛନ୍ତି | ଅଭିଯୋଗକ୍ରମେ ପୋଲିସ ଫୈଜଲଙ୍କୁ ଗିରଫ ମଧ୍ୟ କରିଥିଲା | ଗିରଫ ପରେ ପୋଲିସ ପଚରାଉଚୁରା କରିବାରୁ ଫୈଜଲ ସମସ୍ତ ଘଟଣା କହିଥିଲେ | ଫୈଜଲ କହିଥିଲେ ଯେ, ବିବାହର କିଛି ଦିନ ପରେ ଅସମୀ ନିଜ ରଙ୍ଗ ଦେଖେଇବା ଆରମ୍ଭ କରିଦେଇଥିଲେ | ସେ ସବୁବେଳେ ଫୈଜଲ ଉପରେ ବିରକ୍ତ ହେଉଥିଲେ | ଏହାପରେ ଫୈଜଲ ଅସମୀଙ୍କ ଉପରେ ସନ୍ଦେହ କରିଥିଲେ | ସେ ଜାଣିସାରିଥିଲେ ଯେ ଅସମୀ କେବଳ ଅଷ୍ଟ୍ରେଲିଆର ଭିଜା ପାଇବା ପାଇଁ ଫୈଜଲଙ୍କୁ ବିବାହ କରିଥିଲେ | ଯେତେବେଳେ ଅସମୀ ନିଜେ ଜାଣିଗଲେ ଯେ, ସ୍ୱାମୀ ତାଙ୍କ ଚାଲ ସମ୍ପର୍କରେ ସବୁ ଜାଣି ସାରିଛନ୍ତି, ସେତେବେଳେ ସେ ଫୈଜଲଙ୍କୁ ମିଛ କେଶରେ ଫସେଇବା ଚେଷ୍ଟା କରିଥିଲେ | ଦିନେ ରାତିରେ ପାଟିତୁଣ୍ଡ ବେଳେ ଅସମୀ ନିଜେ କହିଥିଲେ ଯେ, "ତମେ କଣ ମତେ ଘରୁ ବାହାର କରିବ, ଦେଖା ମୁଁ ମୁଁ ତମର କଣ ଅବସ୍ଥା କରୁଛି |" ଫୈଜଲଙ୍କୁ ମିଛ କେଶରେ ଫସେଇବା ପାଇଁ ଅସମୀ ଲିଫ୍ଟ ଭିତରେ ନିଜ ମୁହଁକୁ ନିଜେ ମାଡ ମାରିଥିଲେ | ଫଳରେ ତାଙ୍କ ଆଖି ତଳେ କଳା ଦାଗ ପଡିଯାଇଥିଲେ | ଏହାପରେ ଅସମୀ ପୋଲିସକୁ ଖବର ଦେଇଥିଲେ | ପୋଲିସ ଆସି ଫୈଜଲଙ୍କୁ ଗିରଫ କରିନେଇଥିଲା | ଫୈଜଲ ଜେନା ଓକିଲଙ୍କ ସହାୟତା ନେଇଥିଲେ | ପୋଲିସ ଏବଂ ଓକିଲଙ୍କ ମିଳିତ ସହଯୋଗରେ ଫୈଜଲ ଅସମୀଙ୍କ ବିରୋଧରେ ପ୍ରମାଣ ଯୋଗାଡ କରିବା ଆରମ୍ଭ କରିଦେଲେ | ଫୈଜଲ ରହୁଥିବା ଆପାର୍ଟମେଣ୍ଟରେ ସିସିଟିଭି ଫୁଟେଜ ପୋଲିସ ଯାଞ୍ଚ କରିଥିଲା | ସିସିଟିଭି ଫୁଟେଜରୁ ସତ ସାମ୍ନାକୁ ଆସିଥିଲା | ଯେଉଁଥିରେ ଅସମୀ ନିଜ ମୁହଁକୁ ନିଜେ ମାଡ ମାରିଥିବା ଦୃଶ୍ୟ କଏଦ ହୋଇଥିଲା | ଏହାପରେ ସମ୍ପୂର୍ଣ ମାମଲା ଓଲଟି ଯାଇଥିଲା | କିନ୍ତୁ ପୋଲିସ ଘଟଣାର ସତ୍ୟାସତ୍ୟ ସାମ୍ନା ଆଣିଲାବେଳକୁ ଅସମୀ ଫେରାର ହୋଇଯାଇଥିଲେ | ପୋଲିସ ଅସମୀକୁ ଖୋଜୁଛି | ତେବେ ଫୈଜଲ ପୋଲିସକୁ ଅପିଲ କରିଛନ୍ତି ଯେ, ପୋଲିସ ଅସମୀଙ୍କୁ ଧରି ତାଙ୍କ ନିଜ ସହରକୁ ପଠେଇଦେଉ | କାହିଁକିନା ମହିଳାଙ୍କ ଏଭଳି କାରନାମାରେ ଫୈଜଲ ଡରି ଯାଇଛନ୍ତି | ତାଙ୍କ ଜୀବନକୁ ବିପଦ ଥିବା ଫୈଜଲ ପୋଲିସକୁ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.