୧୨ ବର୍ଷ ହେଲା ହଜି ଯାଇଥିଲା ଯୁବତୀଙ୍କ ସୁନା ମୁଦି ; କେଉଁଠୁ ବାହାରିଲା ଜାଣି ଆଶ୍ଚର୍ଯ୍ୟ ହେବେ

Published By : Prameya-News7 Bureau | February 01, 2019 IST

ବ୍ରିଟେନରେ ରହିଥିବା ୨୦ ବର୍ଷ ବୟସ୍କା ଅବିଗଲିଙ୍କ ଏକ ହଜି ଯାଇଥିବା ମୁଦି ମିଳିଯାଇଛି | ଏହି ମୁଦି ୧୨ ବର୍ଷ ପୂର୍ବରୁ ହଜି ଯାଇଥିଲା | ଆଶ୍ଚର୍ଯ୍ୟର କଥା ହେଲା ମୁଦି ଯେଉଁଠୁ ମିଳିଥିଲା ଏବଂ ଏହା ଯେଉଁଭଳି ମିଳିଥିଲା | ଛିଙ୍କ ହେବା ଦ୍ୱାରା ହଜି ଯାଇଥିବା ମୁଦି ମିଳିଥିଲା | ସେ ପୁଣି ଥରେ କି ଦୁଇଥର ନୁହେଁ ବରଂ ଲଗାତାର କେତେଥର ଛିଙ୍କ ହେବା ପରେ ମୁଦି ମିଳିଥିଲା | ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ କିନ୍ତୁ ଏହା ସତ୍ୟ ଘଟଣା |


ସୂଚନାଯୋଗ୍ୟ ଯେ, ୨୦୦୭ ମସିହାରେ ଅବିଗଲିଙ୍କୁ ତାଙ୍କ ମା ଏକ ସୁନା ମୁଦି ଦେଇଥିଲେ | କିଛି ଦିନ ପରେ ମୁଦି ହଜି ଯାଇଥିଲା | ବହୁତ ଖୋଜିବା ପରେ ମଧ୍ୟ ମୁଦି ମିଳିନଥିଲା | ବହୁତ ଖୋଜାଖୋଜି ପରେ ମୁଦି ନ ମିଳିବାରୁ ସେ ଭାବିଲେ ଯେ, ତାଙ୍କ ସାଙ୍ଗ ମୁଦି ଚୋରି କରି ନେଇଯାଇଛି | ଅବିଗଲି ଏବେ ଜଣେ ବ୍ୟୁଟିସିଆନ ହୋଇଗଲେଣି | କିଛି ଦିନ ପୂର୍ବରୁ ତାଙ୍କୁ ହଠାତ ଲଗାତାର ଗୋଟିଏ ପରେ ଗୋଟିଏ ବହୁତ ଛିଙ୍କ ହୋଇଥିଲା | ଛିଙ୍କିବା ବେଳେ ମୁଦି ତାଙ୍କ ନାକରୁ ବାହାରି ପଡିଥିଲା |

{"id":80711,"width":600,"height":600}


ଅର୍ଥାତ ଏତେ ବର୍ଷ ହେଲା ମୁଦି ଅବିଗଲିଙ୍କ ନାକରେ ଫସି ରହିଥିଲା | ନାକରୁ ମୁଦି ବାହାରି ପଡିବା ପରେ ଅବିଗଲି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ସେ କହିଥିଲେ ଯେ, ସେ ଭାବି ମଧ୍ୟ ପାରୁନାହାନ୍ତି ଯେ, ଏତେ ବର୍ଷ ହେଲା ତାଙ୍କ ନାକରେ ହଁ ତାଙ୍କ ମୁଦି ଫସି ରହିଥିଲା | କାରଣ ତାଙ୍କୁ କେବେ କିଛି ସମସ୍ୟା ହୋଇନାହିଁ | ତାଙ୍କୁ କୌଣସି ଜିନିଷ ରହିଥିବା ଭଳି ସେ କେବେ ଅନୁଭବ ମଧ୍ୟ କରିନଥିଲେ ବୋଲି କହିଛନ୍ତି ଅବିଗଲି |

{"id":80712,"width":582,"height":462}


ଘଟଣାରେ ଜଣେ ବରିଷ୍ଠ ପ୍ଲାଷ୍ଟିକ ସର୍ଜନା କହିଛନ୍ତି ଯେ, ଏହା ଏକ ଅସାଧାରଣ କଥା ନୁହେଁ | ଅନେକଥର ଆମେ ମଧ୍ୟ ଦେଖିଚୁ ଛୋଟ ପିଲା ଖେଳୁଥିବା ସମୟରେ ଭୁଲ ବଶତଃ ନାକରେ କୌଣସି ଜିନିଷ ପୁରାଇ ଦେଇଥାନ୍ତି | ପିଲାଙ୍କ ନାକରେ ସେହି ଜିନିଷ ଫସି ରହିଥାଏ | କିନ୍ତୁ ସେସବୁ ଜିନିଷ ସହଜରେ ନହେଲେ ମଧ୍ୟ କଷ୍ଟରେ ବି ବାହାରି ଯାଇଥାଏ | ଘରଲୋକ ବାହାର ନକରିପାରିଲେ ଡାକ୍ତର ବାହାର କରିଦେଇଥାନ୍ତି | କିନ୍ତୁ ଅବିଗଲିଙ୍କ ସହ ଯାହା ହୋଇଛି ତାହା ନିଶ୍ଚୟ ଏକ ଆଶ୍ଚର୍ଯ୍ୟ ଘଟଣା ବୋଲି କହିଛନ୍ତି ଡାକ୍ତର | ଏତେ ବର୍ଷ ଧରି ନାକ ଭିତରେ ମୁଦି ରହିବ ପ୍ରକୃତରେ ଆଶ୍ଚର୍ଯ୍ୟ ଘଟଣା ବୋଲି କହିଛନ୍ତି ଡାକ୍ତର | ଡାକ୍ତର କହିଛନ୍ତି ଯେ, ଅବିଗଲି ଛୋଟ ଥିବାବେଳେ ମୁଦି ନାକ ଭିତରେ ଫିକ୍ସ ହୋଇ ରହି ଯାଇଥିଲା | କିନ୍ତୁ ସେ ବଡ ହେବା ପରେ ଧୀରେ ଧୀରେ ନାକର ଆକାର ବଢ଼ିବାରୁ ମୁଦି ଢିଲା ହୋଇ ଯାଇଥିଲା | ଢିଲା ହୋଇଯିବ ଯୋଗୁଁ ଛିଙ୍କରେ ବାହାରି ଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.