ଚାକିରୀ କରିବାକୁ ସ୍ବାମୀ ମନାକଲେ ; ରାଗିଗଲେ ସ୍ତ୍ରୀ, ତିନି ବର୍ଷର ପୁଅକୁ ମାରି ନିଜେ କଲେ ଆତ୍ମହତ୍ୟା

Published By : Prameya-News7 Bureau | January 08, 2020 IST

ଜିତପୁରା ୮।୧: ଜଣେ ମହିଳା ୩ ବର୍ଷର ପୁଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି । ହରିୟାଣା ଜିତପୁରା ବାଢଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ହରିୟାଣା ସରକାରଙ୍କ ଅଧିନରେ କିରାଣୀ ପଦବୀ ପାଇଁ ମନୋନୀତ ହୋଇଥିଲେ । ମାତ୍ର ତାଙ୍କ ସ୍ବାମୀ ତାଙ୍କୁ ଚାକିରୀ କରିବା ପାଇଁ ବାରଣ କରିଥିଲେ । ମହିଳାଙ୍କ ବାପଘର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ଆତ୍ମହତ୍ୟା ମାମଲା ତଦନ୍ତ ଜାରି ରଖିଛି ।

ମୃତ ମହିଳାଙ୍କ ଶ୍ବଶୁରଙ୍କ କହିବା ଅନୁସାରେ ତାଙ୍କ ବୋହୂ ୨୬ବର୍ଷ ବୟସ୍କା ରିତୁ କିରାଣୀ ପଦବୀ ପାଇଁ ମନୋନୀତ ହୋଇଥିଲେ । ରିତୁ ଚାକିରୀ କରିବାକୁ ଚାହୁଁଥିଲେ । ମାତ୍ର ତାଙ୍କ ସ୍ବାମୀ ରାଜି ନଥିଲେ । ଏହି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୁଇ ତିନି ଦିନ ହେବ ଝଗଡା ହେଉଥିଲା ।

ସୋମବାର ଦିନ ପରିବାରର ସମସ୍ତ ଲୋକ କ୍ଷେତରେ କାମ କରିବାକୁ ଯାଇଥିଲେ । ଘରେ କେବଳ ରିତୁ ଏବଂ ତାଙ୍କର ୩ ବର୍ଷର ପୁଅ ଥିଲେ । କିଛି ସମୟ ପରେ ପରିବାର ଲୋକ ଘରେ ପହଞ୍ଚି ମା ଏବଂ ପୁଅର ଶବ ଝୁଳନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତୁରନ୍ତ ଉଭୟଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.