Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ମହିଳା ଫରେଷ୍ଟରଙ୍କୁ ବିଭାଗୀୟ କିରାଣୀଙ୍କ ଦୁଷ୍କର୍ମ ଅଭିଯୋଗ , ହୋଟେଲରୁ ଖସିଆସି ପୋଲିସରେ କହିଲେ ପୀଡିତା

4/01/2020 at 5:01 PM

ଅନୁଗୁଳ ୦୪।୦୧: ଗୋଟିଏ ଡିପାର୍ଟମେଣ୍ଟରେ ଚାକିରି । ସେହି ଆଧାରରେ ଆଗରୁ ପରିଚୟ ଥିଲା । ସେହି ପରିଚୟ ଦ୍ୱାହିରେ ଡାକିଲେ , କିନ୍ତୁ ହୋଟେଲରେ କଲେ ଦୁଷ୍କର୍ମ । ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜର କିରାଣୀଙ୍କ ବିରୋଧରେ ମହିଳା ଫରେଷ୍ଟର କରିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୋଲିସ ଘଟଣାର ତଦନ୍ତ କରି ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜର କିରାଣୀ ଜଣକୁ ଗିରଫ  କରିଛନ୍ତି । ପୀଡିତା ଏବଂ ଅଭିଯୁକ୍ତଙ୍କ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି । ପୀଡିତା ଖୋର୍ଦ୍ଧା ଜିଲ୍ଲାରେ ଫରେଷ୍ଟର ଭାବେ କାମ କରୁଥିବା ବେଳେ ଅଭିଯୁକ୍ତ କିରାଣୀଙ୍କ କାର୍ଯ୍ୟସ୍ଥଳ ଅନୁଗୁଳରେ ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୧ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ଫରେଷ୍ଟରଙ୍କୁ ଅନୁଗୁଳର ଏକ ହୋଟେଲକୁ ଡାକିଥିଲେ ଅଭିଯୁକ୍ତ କିରାଣୀ । ଗୋଟିଏ ଡିପାର୍ଟମେଣ୍ଟେ କାମ କରନ୍ତି ଷ ଅଭିଯୁକ୍ତ ଜଣକ ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜର କିରାଣୀ ଭାବେ କାମ କରନ୍ତି।  ୨୦୧୭ ମସିହାରେ ଅନୁଗୋଳ ଫରେଷ୍ଟ ରେଞ୍ଜର୍ସ କଲେଜକୁ  ମହିଳା ଫରେଷ୍ଟର ଜଣଙ୍କ ପ୍ରଶିକ୍ଷଣ ନେବାକୁ ଆସିଥିଲେ। ସେହି ସମୟରେ ସେଠାରେ  ସଂପୃକ୍ତ କିରାଣିଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ତେଣୁ କିରାଣୀ ଜଣକ ତାଙ୍କୁ ଡାକିବାରୁ  ମହିଳା  ଫରେଷ୍ଟର ଖୋର୍ଦ୍ଧାରୁ ଆସି ଅନୁଗୁଳ ହୋଟେଲରେ ରହିଥିଲେ ।  ତେବେ ସେଠାରେ ଅଭିଯୁକ୍ତଜଣଙ୍କ ମହିଳାଙ୍କ ସହ ଯୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । କିନ୍ତୁ ମହିଳା ଜଣଙ୍କ ମନା କରିବାରୁ ତାଙ୍କୁ ମାଡ ମାରି  ଲହୁଲୁହାଣ କରିଥିଲେ । ଏହା ସହ ଜୋରଜବରଦସ୍ତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ମହିଳା ଜଣଙ୍କ କୌଶଳକ୍ରମେ ସେ ହୋଟେଲରୁ ଖସି ଆସି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପରେ ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଉଭୟ ମହିଳା ଓ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଉଠାଇ ବ୍ଲାକମେଲ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି ।

   Related Posts