Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଜଣେ ଯୌନଦାସୀଙ୍କ ଜୀବନ ଗାଥା: ୧୯ ବର୍ଷ ବୟସର ଯୁବତୀ ଥିବାବେଳେ ପ୍ରତ୍ୟେକ ରାତିରେ ୨୦ ଜଣ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା

7/01/2019 at 2:56 PM

ଜଣେ ମହିଳା ନିଜ ସହ ହୋଇଥିବା ଭୟଙ୍କର ଏକ ଘଟଣା ପ୍ରକାଶ କରିଛନ୍ତି | ଇଂଲଣ୍ଡର ଟିନେସାଇଡ ଅଂଚଳରେ ରହୁଥିବା ଜଣେ ମହିଳା ଚାକିରୀ ବିଜ୍ଞାପନ ଦେଖି ଏମଷ୍ଟରଡମ ଯାଇଥିଲେ ଇଣ୍ଟରଭିୟୁ ଦେବାପାଇଁ | ସେଠାକୁ ଗଲାପରେ ଏହି ମହିଳାଙ୍କୁ କିଡନାପ କରି ବିକ୍ରି କରିଦିଆଯାଇଥିଲା | ସେତେବେଳେ ତାଙ୍କ ବୟସ ଥିଲା ୧୯ ବର୍ଷ | ବିକ୍ରି ପରେ ତାଙ୍କୁ ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଥିଲା । ଗୋଟିଏ ରାତିରେ ୨୦ ଜଣ ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ବାଧ୍ୟ କରାଯାଉଥିଲା | ଯୁବତୀଙ୍କୁ ବନ୍ଧୁକ ମୁନରେ କିଡନାପ କରାଯାଇଥିଲା ଏବଂ ତାଙ୍କୁ ଯୌନ ଦାସୀ ଭାବେ ବିକ୍ରି କରିଦିଆଯାଇଥିଲା |

ସୂଚନାଯୋଗ୍ୟ ଯେ, ଯୁବତୀଙ୍କୁ ଏମଷ୍ଟରଡମର ଏକ ଚର୍ଚ୍ଚିତ ରେଡ ଲାଇଟ ଅଂଚଳରେ ରଖାଯାଇଥିଲା | ମହିଳା କହିଛନ୍ତି ଯେ, ଠାରେ ତାଙ୍କ ସାମ୍ନାରେ ଜଣେ ଥାଇଲ୍ୟାଣ୍ଡର ଯୁବତୀଙ୍କୁ ହତ୍ୟା କରିଦିଆଯାଇଥିଲା | କାରଣ ଯୁବତୀ ଦଲାଲଙ୍କ ପାଇଁ ପର୍ଯ୍ୟାପ୍ତ ଟଙ୍କା ଆୟ କରିପାରିନଥିଲେ | ମହିଳା ନିଜ ସହ ଘଟଣା ଲୋକଲୋଚନକୁ ଆଣିବା ପାଇଁ ଏକ ଜୀବନୀ ପୁସ୍ତକ ଲେଖିଛନ୍ତି । ବହିର ଲାଁ ‘ସ୍ଲେଭ୍‌ ଗାର୍ଲ’ ରହିଛି |

ମହିଳା କହିଛନ୍ତି ଯେ, ଯେଉଁ ବିଜ୍ଞାପନ ଦେଖି ସେ ଏମଷ୍ଟରଡମ ଯାଇଥିଲେ ସେହି ବିଜ୍ଞାପନ ଜଣେ ଅପରାଧୀ ହିଁ ଦେଇଥିଲା | ସେଠାରେ ମହିଳା ପହଂଚିବା ପରେ ତାଙ୍କ ପାସପୋର୍ଟ ଛଡେଇ ନିଆଯାଇଥିଲା ଏବଂ ତାଙ୍କୁ ଦେହ ବ୍ୟବସାୟ କରୁଥିବା ଜାଗାରେ ବିକ୍ରି କରିଦିଆଯାଇଥିଲା | ପ୍ରଥମଥର ତାଙ୍କ ସହ ଯେତେବେଳେ ଏଭଳି ଅମାନୁଷିକ କାମ କରାଯାଇଥିଲା ସେ ବହୁତ ଡରି ଯାଇଥିଲେ ବୋଲି ମହିଳା ଲେଖିଛନ୍ତି । ସେ କହିଛନ୍ତି ଯେ, ଖାଇବା ପାଇଁ ତାଙ୍କୁ ପେଟ ପୁରା ଖାଦ୍ୟ ମଧ୍ୟ ଦିଆଯାଉନଥିଲା | ପେଟ ପୁରା ଖାଇବାକୁ ମାଗିଲେ ତାଙ୍କୁ ମାଡ ମରାଯାଉଥିଲା | ଶରୀରର ପୀଡା କମ କରିବା ପାଇଁ ସେ ଧୀରେ ଧୀରେ ଡ୍ରଗ୍ସ ଏବଂ କୋକିନ ନେବା ଆରମ୍ଭ କରିଦେଇଥିଲେ  । ପରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା | କିଛି ବର୍ଷ ପରେ ସେ ସେଠାରୁ ଫେରାର ହେବାରେ ସଫଳ ହୋଇଥିଲେ | ମହିଳାଙ୍କୁ ଆଜି ମଧ୍ୟ ତାଙ୍କ ସହ ଘଟିଥିବା ଘଟଣାକୁ ନେଇ ଭୟଙ୍କର ସ୍ବପ୍ନ  ଆସିଥାଏ ବୋଲି ସେ ଲେଖିଛନ୍ତି | ବର୍ତ୍ତମାନ ମହିଳାଙ୍କ ବୟସ ୪୨ ବର୍ଷ |

   Related Posts