Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଦୂର ହେବ ମହିଳା ଫୁଟୁବଲ ଖେଳାଳି ତନୁଜାଙ୍କ ଦହଗଞ୍ଜ, ନିଯୁକ୍ତି ଦେଲା ବେଦାନ୍ତ

17/09/2020 at 8:43 PM

ଝାରସୁଗୁଡା, ୧୭/୯ :  ବହୁ ବାଦ ବିବାଦ ପରେ ତନୁଜା ବାଗେଙ୍କୁ ମିଳିଲା ନିଯୁକ୍ତି। ଟାଂଞ୍ଜା ଜାତୀୟ ଫୁଟବଲ ପ୍ରତିଯୋଗିତାରେ ସେ ଓଡିଶାରୁ ପ୍ରତିନିଧିତ୍ଵ କରୁଥିଲେ। କିନ୍ତୁ ଖେଳ ଜୀବନ କ୍ୟାରିଅର ପରେ ସାଂସାରିକ ଜୀବନରେ ଅନେକ ଦହଗଞ୍ଜରେ ଚଳୁଥିଲେ । ଏସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଏହି ମାମାଳାରେ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ହସ୍ତକ୍ଷେପ କରାଯାଇ ଜିଲ୍ଲାପାଳ ତୁରନ୍ତ ତାଙ୍କର ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୂର୍ବତନ ଜାତୀୟ ମହିଳା ଫୁଟବଲ ଖେଳାଳି ତନୁଜା ବାଗେଙ୍କୁ ଆଜି ବେଦାନ୍ତର ଏକ ସହଯୋଗୀ କମ୍ପାନୀ ଜେ ଏମ୍ ଡି କମ୍ପାନୀରେ ସ୍ପୋର୍ଟସ କୋଅର୍ଡିନେଟର ଭାବରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଖେଳର ବିକାଶ ଦିଗରେ ତନୁଜା କାର୍ଯ୍ୟ କରିବା ପାଇଁ ବେଦାନ୍ତ ପକ୍ଷରୁ କୁହାଯାଇଛି । ଏଥିପାଇଁ ତାଙ୍କୁ ମାସିକ ପାରିଶ୍ରମିକ ବାବଦରେ ୨୦ ହଜାର ଟଙ୍କା ଦିଆଯିବ। 

ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଉପସ୍ଥିତିରେ  ବେଦାନ୍ତ ଲିମିଟେଡ଼ର ସିଇଓ ଛବିନାଥ ସିଂ ଶ୍ରୀମତୀ ବାଗେଙ୍କୁ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ,ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଲ କୁମାର ମିଶ୍ରଙ୍କ ସମେତ ବେଦାନ୍ତର ଅନ୍ୟାନ୍ୟ  ଅଧିକାରୀ ଚନ୍ଦ୍ରଶେଖର ସାହୁ , ସୁନ୍ଦର ରାଜ , ପ୍ରଣୟ ଶତପଥୀ ଓ ସଂଜୀବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts