Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ମଦ ପିଇ ଅଫିସ ଆସିଲେ ମହିଳା: ଚାକିରୀରୁ ବିଦା କରିଦେଲା କମ୍ପାନୀ, ପରେ ଦେଲା କ୍ଷତିପୂରଣ

16/09/2021 at 6:44 PM

ନୂଆଦିଲ୍ଲୀ ୧୬/୦୯ : କୌଣସି କାର୍ଯ୍ୟାଳୟକୁ କର୍ମଚାରୀ ମଦ ପିଇ ଆସିବା ସାଧାରଣତଃ ବାରଣ କରାଯାଇଥାଏ। ସ୍କଟଲ୍ୟାଣ୍ଡର ଏଡିନବର୍ଗରେ ଏମିତି ଏକ ଘଟଣା ଘଟିଛି। ଏଠାରେ ଏକ କମ୍ପାନୀ ଜଣେ ମହିଳା କର୍ମଚାରୀଙ୍କୁ ସିପ୍ଟର ୯ ଘଣ୍ଟା ପୂର୍ବରୁ ମଦ ପିଇଥିବାରୁ ଚାକିରୀରୁ ବାହାର କରିଦେଇଛି। ମାମଲାକୁ ନେଇ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ କମ୍ପାନୀ ମହିଳାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛି।

ଘଟଣା ମାଲଗୋର୍ଜାତା କ୍ରୋଲିକ ନାମକ ମହିଳାଙ୍କ ସହ ଘଟିଛି। ରିପୋର୍ଟ ଅନୁଯାୟୀ, ମହିଳା ଏକ କାରଖାନାରେ କାମ କରନ୍ତି। ଯେତେବେଳେ ସେ ଅଫିସ ଯାଇଥିଲେ ତାଙ୍କ ପାଟିରୁ ମଦ ଗନ୍ଧ ଆସୁଥିଲା। ମହିଳାଙ୍କ ସିଫ୍ଟ ଅପରାହ୍ନ ୨ଟା ରେ ଥିଲା। ସେ ୯ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୫ଟା ରେ ମଦ ପିଇଥିଲେ। କମ୍ପାନୀ ପଲିସୀ ଅନୁଯାୟୀ ଡ୍ୟୁଟିକୁ ଆସୁଥିବା କର୍ମଚାରୀ ମଦ୍ୟପାନ କରିପାରିବେ ନାହିଁ। ମଦ ପ୍ରତି ଜିରୋ ଟୋଲେରାନ୍ସ ପଲିସୀ କମ୍ପାନୀ ମଦ ପିଇ ଅଫିସ ଆସୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ଯେହେତୁ ମହିଳା ନିଜ ସିଫ୍ଟ ବିଷୟରେ ଜାଣିଥିଲେ ଓ ତଥାପି ମଦ ପିଇ ଆସିଥିଲେ ସେଥିପାଇଁ ତାଙ୍କୁ ଚାକିରୀରୁ ବାହାର କରାଯାଇଥିଲା।

ମହିଳା ୧୧ ବର୍ଷ ହେଲା ସେହି କମ୍ପାନୀରେ ଚାକିରୀ କରୁଥିଲେ। ବ୍ରିଫିଙ୍ଗ ସମୟରେ ତାଙ୍କୁ ମ୍ୟାନେଜର ପଚାରିଥିଲେ ଯେ ସେ ମଦ ପିଇଛନ୍ତି କି ? ସେ ହଁ ମାରିବା ପରେ ତାଙ୍କୁ ଚାକିରୀରୁ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଚାକିରୀରୁ ବାହାର କରାଯିବା ପରେ ମହିଳା ଆଇନର ସାହାରା ନେଇଥିଲେ। ମାମଲାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ କମ୍ପାନୀ ତରଫରୁ ମହିଳାଙ୍କୁ ୫୦୦ ୟୁରୋ ଅର୍ଥାତ ପ୍ରାୟ ୪ ଲକ୍ଷ ୩୩ ହଜାର ୨୦୪ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଥିଲେ। ପରେ କମ୍ପାନୀ ମହିଳାଙ୍କୁ କ୍ଷତିପୂରଣ ଦେଇଥିଲା।

   Related Posts