Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ସାନିଟାଇଜର୍ ପାଇଁ ଅଧା ପୋଡିଗଲେ ମହିଳା: ହାତରେ ବୋଳି ହୋଇଥିଲେ, ମହମବତୀରୁ ଲାଗିଗଲା ନିଆଁ

7/09/2020 at 6:23 PM

ଟେକ୍ସାସ, ୦୭।୦୯:    ଆମେରିକାର ଟେକ୍ସାସରେ ଜଣେ ମହିଳା ସାନିଟାଇଜର୍ ବ୍ୟବହାର କରିବା ପରେ ନିଆଁରେ ପୋଡି ଯାଇଛନ୍ତି । ସେ ହାତରେ ସାନିଟାଇଜର୍ ଲଗାଇ ଏକ ମହମବତୀ ଲଗାଉଥିଲେ । ଏହି ସମୟରେ ତାଙ୍କ ହାତରେ ନିଆଁ ଲାଗିଯାଇଥିଲା । ପରେ ନିଆଁ ତାଙ୍କ ପୋଷାକକୁ ବ୍ୟାପିଥିଲା ।

କେଟ୍ ଓ୍ୱାଇଜ୍ ନାମକ ଏହି ମହିଳା ଜଣଙ୍କୁ ଅଷ୍ଟିନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ବାନ୍ଧବୀ କ୍ୟାଥରିନ୍ ବୋନେଷ୍ଟିଲ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବୁଝୁଛନ୍ତି । କ୍ୟାଥରିନ୍ କହିଛନ୍ତି ଯେ, ଓ୍ୱାଇଜ୍ ଏକ ଫିଲ୍ମ ଦେଖିବା ପାଇଁ ଟିଭି ଲଗାଇଥିଲେ । ଏହା ପୂର୍ବରୁ ସେ ହାତରେ ସାନିଟାଇଜର୍ ଲଗାଇଥିଲେ । ତେବେ ଟିଭି ଲଗାଇବା ପୂର୍ବରୁ ସେ ଏକ ମହମବତୀ ଜଳାଇଥିଲେ । ଏଥିରେ ତାଙ୍କ ହାତ ଜଳିଯାଇଥିଲା । କାରଣ ସେ ଲଗାଇଥିବା ସାନିଟାଇଜର୍ ଯୋଗୁଁ ନିଆଁ ପ୍ରଥମେ ହାତ ଓ ପରେ ଶରୀରକୁ ପୋଡି ଦେଇଥିଲା । ନିଆଁ ଲାଗିବା ସମୟରେ ସେ ତାଙ୍କ ୨ ଝିଅ ଓ ଗୃହପାଳିତ ପଶୁକୁ କୌଣସିମତେ ଘର ବାହାରକୁ ବାହାର କରିବାରେ ସକ୍ଷମ ହୋଇଥିଲେ ।

ଓ୍ୱାଇଜଙ୍କ ୨ ଝିଅ ପଡୋଶୀଙ୍କୁ ଘରେ ନିଆଁ ଲାଗିଥିବା ସୂଚନା ଦେଇଥିଲେ । ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ସ୍ଥାନୀୟ ଦମକଳ ବାହିନୀ ନିଆଁ ଲାଗିବା ଘଟଣାର ତଦନ୍ତ କରୁଛି । ମହିଲାଙ୍କ ଶରୀରର ପ୍ରାୟ ୨୦ ପ୍ରତିଶତ ପୋଡି ଯାଇଛି । ତେବେ ସାନିଟାଇଜରେ ଥିବା ଆଲକହଲ ପାଇଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସୂଚନାଯୋଗ୍ୟ, କରୋନା ଭାଇରସରୁ ବର୍ତ୍ତିବା ପାଇଁ ଏବେ ସାନିଟାଇଜରର ଚାହିଦା ବୃଦ୍ଧି ପାଇଛି । ଅଧିକାଂଶ ସାନିଟାଇଜରରେ ଆଲକହଲ ରହିଥାଏ । ଯାହା ଦହନଶୀଳ ।

   Related Posts