ପାର୍କରେ ବୁଲିବା ବେଳେ ମହିଳାଙ୍କୁ ମିଳିଲା ୪.୩୮ କ୍ୟାରେଟ୍‌ର ହୀରା: ଯାହାର ଦାମ୍ ୧୫ ଲକ୍ଷରୁ ଅଧିକ...

Published By : Prameya-News7 Bureau | October 10, 2021 IST

ନୂଆଦିଲ୍ଲୀ ୧୦/୧୦: ପାର୍କରେ ବୁଲୁ ବୁଲୁ ଚମକିଲା ଭାଗ୍ୟ। ରାତାରାତି ପାଲଟି ଗଲେ କୋଟିପତି । କଥାରେ ଅଛି ‘ଭଗବାନ ଯେବେ ଦିଅନ୍ତି ଛପର ଫାଡି ଦିଅନ୍ତି।’ଜଣେ ମହିଳାଙ୍କ ସହ ଏହା ସତ ପ୍ରମାଣିତ ହୋଇଛି। ପାର୍କରେ ବୁଲୁଥିବା ବେଳେ ଜଣେ ମହିଳାଙ୍କୁ ମିଳିଛି ଦୁର୍ଲଭ ହୀରା । ଯାହା ତାଙ୍କ ଭାଗ୍ୟକୁ ବଦଳାଇ ଦେଇଛି ।

ତେବେ ଏହି ଘଟଣାଟି କାଲିଫର୍ଣ୍ଣିଆରୁ ଆସିଛି । ଏହି ମହିଳାଙ୍କର ଏଭଳି ଭାଗ୍ୟ ଚମକିଛି। ନୋରେନ୍‌ ୱେଡବର୍ଗ ନାମକ ମହିଳା ‘କ୍ରେଟର ଅଫ୍ ଡାଇମଣ୍ଡସ୍‌ ଷ୍ଟେଟ ପାର୍କ ବୁଲିବାକୁ ଯାଇଥିଲେ। ସେଠାରେ ସେ ବୁଲିବା ସମୟରେ ହଠାତ୍‌ ଏକ ହଳଦିଆ ରଙ୍ଗର ୪.୩୮ କ୍ୟାରେଟ୍‌ର ହୀରା ଖଣ୍ଡ ମିଳିଥିଲା। ନୋରେନ୍‌ଙ୍କୁ ଯେଉଁ ହୀରା ମିଳିଥିଲା ତା’ର ଦାମ୍‌ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ। ଏନେଇ ଉକ୍ତ ମହିଳା ଜଣକ କହିଛନ୍ତି, ସେ ଜାଣି ନଥିଲେ ଯେ‌, ତାଙ୍କ ହାତରେ ଏତେ ଦାମୀ ହୀରା ଲାଗିଛି ବୋଲି। ତେବେ ତଳେ ପଡିଥିବା ଏକ ଚକମକ କରୁଥିବା ହଳଦିଆ ରଙ୍ଗର ପଥରକୁ ସେ ଉଠାଇଥିଲେ । ଏହା ପରେ ନୋରେନ୍‌ ଏହି ହୀରାକୁ  ନେଇ ନିଜ ଘରକୁ ଯାଇଥିଲେ ।

ସୂଚନା ଅନୁଯାୟୀ, ନୋରେନ୍‌ଙ୍କୁ ୧୯୦୬ ପରଠାରୁ ବର୍ତ୍ତମାନର ସବୁଠାରୁ ବଡ଼ ହୀରା ମିଳିଛି। ୧୯୭୨ରେ ‘କ୍ରେଟର ଅଫ୍ ଡାଇମଣ୍ଡସ୍‌’ ଷ୍ଟେଟ୍‌ ପାର୍କରେ ପରିଣତ ହୋଇଥିଲା। ଏହି ପାର୍କକୁ ସାଧାରଣ ଲୋକେ ଆସି ହୀରା ଖୋଜି ପାରିବେ। ଯଦି ସନ୍ଧାନ ବେଳେ କାହାକୁ ହୀରା ମିଳେ ତେବେ ଉକ୍ତ ବ୍ୟକ୍ତି ସେହି ହୀରାକୁ ନିଜ ପାଖରେ ରଖିପାରିବେ ଏବଂ ଇଚ୍ଛା ଅନୁଯାୟୀ ବିକ୍ରି ମଧ୍ୟ କରିପାରିବେ। ବର୍ତ୍ତମାନ ଯାଏଁ ଏହି ପାର୍କ ଭିତରୁ ପ୍ରାୟ ୭୫,୦୦୦ଟି ହୀର ମିଳିସାରିଲାଣି। ଚଳିତ ବର୍ଷ ହିଁ ଏହି ପାର୍କରୁ ୨୫୮ଟି ହୀରା ମିଳିଥିବା ସୂଚନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.