ଇଣ୍ଡୋନେସିଆ୨୯/୧୦: ଇଣ୍ଡୋନେସିଆର ଦକ୍ଷିଣ ସୁଲାଓ୍ବେସୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ କୁମ୍ଭୀରକୁ ମାଂସ ଦେବା ଲାଗି ଯାଇଥିଲେ। ଏମିତି କିଛି ଘଟଣା ଘଟିଲା ଯୁବତୀ ନିଜେ କୁମ୍ଭୀର ମୁହଁରେ ପଡ଼ିଗଲେ। ତା ପରଦିନ ଯୁବତୀଙ୍କ ମୃତ ଶରୀର ଏକ ଖଣ୍ଡ କୁମ୍ଭୀର ମୁହଁରୁ ମିଳିଲା।
{"id":176640}ଏହି ଯୁବତୀ ପେଶାରେ ଜଣେ ବୈଜ୍ଞାନିକ। ସେ ଇଣ୍ଡୋନେସିଆ ରିସର୍ଚ ଫ୍ୟାସିଲିଟିରେ କାମ କରନ୍ତି। ଏକ ବଡ଼ ୧୭ ଫୁଟ ଲମ୍ବର କୁମ୍ଭୀରକୁ ମାଂସ ଦେବାକୁ ଯାଇଥିଲେ। କିଛି ଘଣ୍ଟା ବିତିଗଲା ପରେ ସେ ଫେରି ନଥିଲେ। ତେଣୁ ତାଙ୍କ ସାଙ୍ଗରେ ଯାଇଥିବା ସାଥୀ କର୍ମଚାରୀ ବହୁ ଖୋଜାଖୋଜି ପରେ ମଧ୍ୟ ଯୁବତୀଙ୍କ ସନ୍ଧାନ ମିଳି ନଥିଲା।
{"id":176641}ରିସର୍ଚ ଫ୍ୟାସିଲିଟିର ଅନ୍ୟ କର୍ମଚାରୀ ତା ପରଦିନ ବି ଯୁବତୀଙ୍କୁ ଖୋଜିଥିଲେ। ଯୁବତୀ ଯେଉଁ ସ୍ଥାନରେ କୁମ୍ଭୀରକୁ ମାଂସ ଦେବାକୁ ଆସିଥିଲେ ସେହି ସ୍ଥାନରେ ସେମାନେ ଖୋଜିଥିଲେ। ହଠାତ୍ ପାଣିରେ ଯୁବତୀଙ୍କ ଶରୀର ଏକ ଖଣ୍ଡ ଭାସି ଉଠିଥିଲା। ଏହା ଦେଖି ସାଥୀ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ଏହା ଯୁବତୀଙ୍କ ମୃତ ଶରୀର କି ନାହିଁ ସେମାନେ ଚିହ୍ନି ପାରି ନଥିଲେ। ୧୭ ଫୁଟ ବିଶାଳ କୁମ୍ଭୀର ରହୁଥିବା ସ୍ଥାନରେ ଯୁବତୀଙ୍କ ଡ୍ରେସ୍ ଭାସୁଥିବା ଦେଖି ଯୁବତୀ କୁମ୍ଭୀର ମୁହଁରେ ଶିକାର ହୋଇଯାଇଥିବା କଥା ନିଶ୍ଚିତ ହୋଇଥିଲେ।