Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ବିକ୍ଷୋଭକାରୀ ମହିଳା ଚାଷୀଙ୍କୁ ନେଇ tweet କଙ୍ଗନାଙ୍କୁ ପଡିଲା ମହଙ୍ଗା, ମାନହାନୀ ମୋକଦ୍ଦମା ରୁଜୁ

5/01/2021 at 5:10 PM

ଭଟିଣ୍ଡା ୫।୧:  ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ତାଙ୍କ ସମୟ ସାଥ୍ ଦେଉଥିବା ପରି ମନେ ହେଉନି। ନିକଟରେ ମୁମ୍ବାଇ କୋର୍ଟ ବୃହ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ବିରୋଧରେ କଙ୍ଗନାଙ୍କ ଆବେଦନ ଅଗ୍ରାହ୍ୟ କରିଦେଇଛନ୍ତି। ଏବେ ଭଟିଣ୍ଡା ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଜନୈକା ମହିଳା ଚାଷୀ ତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିବା ଚର୍ଚ୍ଚାର ବିଷୟ ପାଲଟିଛି।

ଦିଲ୍ଲୀ କୃଷକ ଆନ୍ଦୋଳନର ଜନୈକା ୭୩ ବର୍ଷ ବୟଷ୍କା ମହିଳା ଚାଷୀ ମହିନ୍ଦର କୌରଙ୍କୁ କଙ୍ଗନା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଶାହିନବାଗ୍ ଜେଜୀ ବିଲକିସ୍‌ ବାନୋଙ୍କ ସହ ତୁଳନା କରିଥିଲେ। ଆନ୍ଦୋଳନ ଲାଗି ସହାନୁଭୂତି ନିମନ୍ତେ ବୟସ୍କା ମହିଳା ମାତ୍ର ୧୦୦/-ଟଙ୍କାରେ ଉପଲବ୍ଧ ବୋଲି କଙ୍ଗନା ତାଙ୍କ ଟ୍ୱିଟ୍‌ ରେ ଉଲ୍ଲେଖ କରିଥିଲେ।

କଙ୍ଗନାଙ୍କ ଟ୍ୱିଟ୍‌କୁ ନେଇ ମହିନ୍ଦର କୌର ଆଇପିସିର ୪୯୯/୫୦୦( ମାନହାନୀ) ଧାରାରେଏକ ମୋକଦ୍ଦମା ରୁଜୁ କରିଥିବା ବେଳେ ଧାରା ୩୫୭/୩୫୭(ଏ) ରେ ଆବଶ୍ୟକ କ୍ଷତିପୂରଣ ଦାବି କରିଛନ୍ତି।  ଆବେଦନକାରୀ ତାଙ୍କ ପିଟିସନରେ ନିଜକୁ ବାହାଦୂରଗଡ଼ ଜାଣ୍ଡିଆନ କୃଷକ ସଂଘ ଓ ଚାଷୀ ପରିବାରର ସଦସ୍ୟା ବୋଲି ଦର୍ଶାଇଛନ୍ତି। ବୟସଗତ କାରଣରୁ ଠେଙ୍ଗା ଧରି ମଧ୍ୟ ଶଳଖି ଚାଲିପାରନ୍ତିନି  ହେଲେ ସରକାରଙ୍କ ୩ କୃଷକ ବିରୋଧୀ ଆଇନ ଲାଗି ସଂଘ ପକ୍ଷରୁ ପରିବାର ସହ ସେ ଆନ୍ଦୋଳନରେ ଯୋଗଦେଇଥିଲେ ବୋଲି କହିଛନ୍ତି।

ଚାଷୀଙ୍କ ଆନ୍ଦୋଳନ ଭଣ୍ଡୁର କରିବା ଲାଗି ହରିୟାଣା ସରକାରଙ୍କ ଜାବତୀୟ ପ୍ରତିବନ୍ଧକ ସତ୍ତ୍ୱେ ମିଳିତ କୃଷକ ସଂଘ ଆହ୍ୱାନରେ ପ୍ରଥମେ ଦିଲ୍ଲୀ ପହଞ୍ଚିଥିବା ଆନ୍ଦୋଳନକାରୀଙ୍କ ସହ ମହିନ୍ଦର କୌର ନଭେମ୍ବର୨୫-୨୬ ତାରିଖରୁ ଦିଲ୍ଲୀ ରାଜରାସ୍ତାରେ କୃଷକ ବିରୋଧୀ ଆଇନକୁ ବିରୋଧ କରୁଥିଲେ।

ତେବେ ବଲିୁଡ ଅଭିନେତ୍ରୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ତାଙ୍କୁ ଆନ୍ଦୋଳନ ଲାଗି ସହାନୁଭୂତି ନିମନ୍ତେ ବିକ୍ଷୋଭରେ ସାମିଲ କରାଯାଇଥିବା ଓ ସାହିନ ବାଗ୍‌ ଦାଦୀ ବିଲକିସ୍ ବାନୋଙ୍କ ପରି  ସେ ଦୈନିକ ୧୦୦ ଟଙ୍କା ଭଡାରେ ଉପଲବ୍ଧ ବୋଲି ଉଲ୍ଲେଖ କରିବା ତାଙ୍କ ମାନକ୍ଷୁର୍ଣ୍ଣ କରିଥିବା ଅଭିଯୋଗ କରିଛନ୍ତି।

ଅଭିନେତ୍ରୀଙ୍କ ଟ୍ୱିଟ୍ ପରେ କୃଷକ ସଂଘ ସଭାପତି ତାଙ୍କ ଗ୍ରାମର ଚାଷୀଙ୍କୁ ତାଙ୍କ ସମ୍ପର୍କରେ ଅନୁସନ୍ଧାନ କରିବା ସହ ତାଙ୍କୁ କିଏ କେତେ ଟଙ୍କା ଦୈନିକ ଚୁକ୍ତିରେ ଆନ୍ଦୋଳନରେ ସାମିଲ କରିଛନ୍ତି ସେ ନେଇ ପଚରା ଉଚରା କରିଥିଲେ। ଏହା ସହ ତାଙ୍କୁ  ତୁରନ୍ତ ଆନ୍ଦୋଳନସ୍ଥଳ ଛାଡିବାକୁ କହିଥିଲେ। ନଚେତ ହଜାର ହଜାର ଚାଷୀଙ୍କ ଆନ୍ଦୋଳନ ଭଣ୍ଡୁର ହେବ ବୋଲି କହିବା ଯୋଗୁ ସେ ଆନ୍ଦୋଳନରୁ ବାହାରିବାକୁ ବାଧ୍ୟ ହୋଇଥିବା କହିଛନ୍ତି।  ଏଣୁ କଙ୍ଗନାଙ୍କ ଟ୍ୱିଟ୍‌ ଯୋଗୁ ତାଙ୍କ ମାନହାନୀ ହୋଇଥିବା ବେଳେ ଏଥିଲାଗି ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି।

   Related Posts