Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମହିଳା ଚାଷୀଙ୍କ ମହାନ ଉଦ୍ୟମ- ଜୈବିକ ପଦ୍ଧତିରେ ଚାଷ,ହସୁଛି ଜମି

28/11/2019 at 10:36 PM

ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ସଫଳତା ଆଣେ । ଏହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ମହିଳା ।ଜୈବିକ ପଦ୍ଧତିରେ ସୁନା ଫଳାଇବା ସହ ସ୍ବାବଲମ୍ବୀ ହେ।ଇଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସିନ୍ଧିପଙ୍ଗା ଓ ତାଡିଙ୍ଗପାଇ ଗାଁର ମହିଳା ଚାଷୀ ।

ହସୁଛି କ୍ଷେତ ।ଗଛ ସାରା ପେନ୍ଥା ପେନ୍ଥା ବାଇଗଣରେ ଭର୍ତ୍ତି ।ଦେଖିଲେ ମନ ପୁରିଯାଉଛି । ବିଲ ଭିତରୁ ଜଳଜଳ  କରି ଦିଶୁଛି ଚାଷୀର ପରିଶ୍ରମ ।ଏହି ସଫଳତା ପଛରେ ରହିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ସିନ୍ଧିପଙ୍ଗା ଓ ତାଡିଙ୍ଗପାଇ ଗାଁର ମହିଳା ଚାଷୀଙ୍କ ହାତ । ପୂର୍ବରୁ ଗାଁରେ ଆଦିବାସୀ ମହିଳା ବଣ ଜଙ୍ଗଲରୁ କାଠ ପତ୍ର ସଂଗ୍ରହ କରି ଜୀବକା ନିର୍ବାହ କରୁଥିଲେ । ସେତିକିରେ ପେଟପାଟଣା କରିବା ମୁସ୍କିଲ ହେ।ଇପଡିଲା । ତେଣୁ ଚାଷ ଆଡକୁ ମନ ବଳାଇଥିଲେ । ମହିଳା ସଂଘ ଗଢି ଆରମ୍ଭ କରିଥିଲେ ବାଇଗଣ ଚାଷ । ଆଉ ପରିଶ୍ରମର ମୂଲ୍ୟ ଆଜି ଆଖି ଆଗରେ ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି ମହିଳାମାନେଗୋବରଖତ, ଗୋମୁତ୍ର, ଜିଆଖତ ଓ ହାଣ୍ଡିଖତ ପ୍ରୟୋଗ କରି ଏହି ଚାଷ କରୁଥିବାରୁ ବଜାରରେ ଏହାର ଚାହିଦା ମଧ୍ୟ ଅଧିକ ।କେବଳ ବାଇଗଣ ନୁହେଁ, କଞ୍ଚାଲଙ୍କା, କୋବି, ଅମୃତଭଣ୍ଡା ଓ ଫୁଲ ଚାଷ ବି କରୁଛନ୍ତି । ଏସବୁ ଜିନିଷ କେବଳ ମୁନିଗୁଡା, ବିଷମକଟକ, ବ୍ରହ୍ମପୁରକୁ ପଠାଇ ବେଶ୍ ଦୁଇ ପଇସା ରୋଜଗାର କରି ପାରୁଛନ୍ତି I

ନିଜ ଉଦ୍ୟମରେ ସଫଳ ହେ।ଇପାରିଛନ୍ତି ଏହି ମହିଳାମାନେ । ଯଦି ସରକାରୀ ପ୍ରେ।ତ୍ସାହନ ସହ ତାଲିମ ମିଳନ୍ତା ତା ହେଲେ ଆଳୁ ଓ ପିଆଜ ଚାଷ ପାଇଁ ମନ ବଳାନ୍ତେ ଏହି ମହିଳା ଚାଷୀ ।

   Related Posts