ଡ୍ରେନରେ ଖସିପଡ଼ି ଥିଲେ, କିନ୍ତୁ ଦୁର୍ଘଟଣାସ୍ଥଳ ଠାରୁ ୨୦ କିଲୋମିଟର ଦୂର ଆରବସାଗରରୁ ମିଳିଲା ମହିଳାଙ୍କ ମୃତଦେହ

Published By : Prameya-News7 Bureau | October 06, 2020 IST

ମୁମ୍ବାଇ ୦୬/୧୦: ଜଣେ ୩୨ ବର୍ଷୀୟ ମହିଳା ଦୁଇ ଦିନ ତଳେ ଘାଟକୋପରର ମେଟ୍ରୋପଲିସରେ ଥିବା ଏକ ମୁକୁଳା ଡ୍ରେନରେ ପଡ଼ିଯାଇଥିଲେ। ଏ​‌ବେ ତାଙ୍କ ମୃତ ଦେହ ଯାହା ଭାସି ଭାସି ଆରବ ସାଗରରୁ ଉଦ୍ଧାର କରାଯାଇଛି। ଅର୍ଥାତ ଦୁଘର୍ଟଣା ଘଟିଥିବା ସ୍ଥାନରୁ ୨୦ କିଲୋମିଟର ଦୂରରେ ଏହା​‌ ମିଳିଥିବା ଗତକାଲି ଜଣାପଡ଼ିଛି।

ତେବେ ସମ୍ପୃକ୍ତ ମହିଳା ଅସଲଫା ଡ୍ରେନରେ ଗଳି ପଡ଼ିଥିଲେ। ଶନିବାର ରାତିରେ ଲଗାଣ ବର୍ଷା ଯୋଗୁ ସମୃକ୍ତ ଇଲାକା ଜଳମଗ୍ନ ହୋଇଯାଇ ଥିଲା। ମହିଳା ନିଖୋଜ ଥିବା ନେଇ ଘାଟକୋପର ପୋଲିସ୍ ଥାନାରେ ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ।

ଏବେ ମହିଳାଙ୍କ ମୃତ ଦେହ ହଜି ଅଲି ଦର୍ଘା କୂଳରେ ମିଳିଥିବା ପୋଲିସ ସୂଚନା ଦେଇଛି। ମହିଳାଙ୍କ ପୋଷାକ ଓ ଅଳଙ୍କାରକୁ ଦେଖି ପରିବାର ଲୋକ ମୃତଦେହକୁ ଚିହ୍ନଟ କରିଛନ୍ତି। ଟାରେଡୋ ପୋଲିସ ଷ୍ଟେସନର ବରିଷ୍ଠ ଇନଷ୍ଟେପକ୍ଟର ଫିରୋଜ ବାଗଓ୍ବାନ କହିଛନ୍ତି ହଜି ଅଲି ଦର୍ଘା ଲୋଟସ ପଏଣ୍ଟରେ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.