Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଟ୍ରେନ ଏବଂ ପ୍ଲାଟଫର୍ମ ମଝିରେ ପଡିଗଲେ ମହିଳା, କୁଲି କଲେ ଉଦ୍ଧାର, ବିଶେଷ ଆଘାତ ମଧ୍ୟ ଲାଗିନଥିଲା : ଅତ୍ୟଧିକ ଭୟଭୀତ ହୋଇଯିବାରୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

3/01/2019 at 12:45 PM

ସୁରଟ ୩/୧ : ସୁରଟ ରେଳ ଷ୍ଟେସନରେ ବୁଧବାର ସକାଳ ୧୦ଟାରେ ବରୁଚ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ସନ୍ତୁଳନ ବିଗିଡି ଯିବାରୁ ସେ ଟ୍ରେନ ଏବଂ ପ୍ଲାଟଫର୍ମର  ମଝିରେ ପଡିଯାଇଥିଲେ | କିନ୍ତୁ ଠିକ ସମୟରେ ଟ୍ରେନଟି ଅଟକି ଯାଇଥିଲା ଏବଂ ସେଠାରେ ଉପସ୍ଥିତ କୁଲିମାନେ ମହିଳାଙ୍କୁ ଉଦ୍ଧାର କରିଥିଲେ | ଦୁର୍ଘଟଣାବଶତଃ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା | ମହିଳାଙ୍କୁ କୁଲିମାନେ ଉଦ୍ଧାର କରି ଷ୍ଟେସନରେ ବସେଇ ପାଣି ଦେଇଥିଲେ | ମହିଳା ପାଣି ପିଇଥିଲେ ଏବଂ କଥାବାର୍ତ୍ତା ମଧ୍ୟ କରିଥିଲେ | କିନ୍ତୁ ଅଚାନକ ଶୁଣିବାକୁ ମିଳିଲା ଯେ, ମହିଳାଙ୍କ ମୃତ୍ୟୁ ହୋଇଯାଇଛି | ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ସୂଚନାଯୋଗ୍ୟ ଯେ, ମହିଳାଙ୍କ ଘର ବଡୋଦରା ଅନ୍ତର୍ଗତ ଦମନପୁରାରେ | ବୁଧବାର ସକାଳେ ସେ ସୁରଟ ଯାଉଥିଲେ | ସୁରଟରେ ଟ୍ରେନ ପହଂଚିବାବେଳେ ସେ ଓହ୍ଲେଇବା ପାଇଁ ଟ୍ରେନ ଗେଟ ପାଖରେ ଠିଆ ହୋଇଥିଲେ | ଠିକ ସେତିକିବେଳେ ତାଙ୍କର ସନ୍ତୁଳନ ବିଗିଡି ଯାଇଥିଲା ଏବଂ ସେ ଟ୍ରେନରୁ ଖସି ପଡ଼ିଥିଲେ | ଲୋକେ ପାଟି କରିବାରୁ ଟ୍ରେନଟି ଅଟକି ଯାଇଥିଲା | କୁଲିମାନେ ମହିଳା ମହିଳାଙ୍କୁ ଉଦ୍ଧାର କରିଥିଲେ | ଜିଆରପି ପୋଲିସ ମଧ୍ୟ ସଂଗେ ସାଙ୍ଗ ଘଟଣାସ୍ଥଳରେ ପହଞ୍ଚିଥିଲା | ପଡିଯିବା ଫଳରେ ତାଙ୍କ ହାତ ଏବଂ ପିଠିରେ ଖଣ୍ଡିଆ ହୋଇଯାଇଥିଲା | ଜିଆରପି ପୋଲିସ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ହସ୍ପିଟାଲରେ ଭର୍ତ୍ତି ହେବାର ପାଖାପାଖି ୨୦ ମିନିଟ ପରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା | ମୃତ୍ୟୁ ଖବର ଶୁଣି ଜିଆରପି ପୋଲିସ ସ୍ତବ୍ଦ ହୋଇଯାଇଥିଲା | ଡାକ୍ତର କହିଲେ ଯେ, ଟ୍ରେନରୁ ପଡିଯିବାରୁ ମହିଳାଙ୍କର ବିଶେଷ ଆଘାତ ହୋଇନଥିଲା କିନ୍ତୁ ମାନସିକ ଭାବେ ତାଙ୍କୁ ଶକ୍ତ ଧକ୍କା ଲାଗିଥିଲା ଓ ସେ ଭୟଭୀତ ହୋଇଯାଇଥିଲେ । ଯାହାଫଳରେ ମହିଳାଙ୍କ ଲିଭର ଖରାପ ହୋଇଯାଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଗଲା |

   Related Posts