ପୂର୍ବ ପ୍ରେମିକର ଗୋଟିଏ ଫୋନ୍ କଲ୍ ପାଇଁ ଯୁବତୀ କଲେ ନକଲି ବିବାହ, ଆଉ ତା’ପରେ…

Published By : Prameya-News7 Bureau | December 02, 2021 IST

ଲଣ୍ଡନ୍ ୦୨।୧୨ : ବ୍ରେକ୍ -ଅପ୍ ହେବା ପରେ ମହିଳା ଜଣଙ୍କ ଦୁଃଖରେ ରହୁଥିଲେ । ତାଙ୍କ ପୂର୍ବ ପ୍ରେମିକର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ପ୍ରକାରର ପ୍ଲାନି କଲେ । ତାହା ପୁଣି ଏକ ନକଲି ବିବାହ କରିବେ ବୋଲି ଯୋଜନା କଲେ । ଏଥିପାଇଁ ମହିଳା ଜଣକ ବିବାହ ପୋଷାକକୁ ଠିକ୍ ଭାବରେ କିଣିଥିଲେ, ଏହା ବ୍ୟତୀତ ଏକ ମହଙ୍ଗା ଫଟୋଗ୍ରାଫରକୁ ମଧ୍ୟ ଆଣିଥିଲେ । କେବଳ ଏତିକି ନୁହେଁ ସବୁଠାରୁ ବଡ କଥା ହେଲା ସ୍ୱାମୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ବହୁତ ପରିମାଣର ଟଙ୍କା ଦେଇ ଆଣିଥିଲେ । ହେଲେ ଏସବୁ ପରେ ଯାହା ହେବ ବୋଲି କଳ୍ପନା କରିଥିଲେ ତାହା ହୋଇନଥିଲା ।

ତେବେ ରିପୋର୍ଟ ଅନୁଯାୟୀ, ଜଣେ ଟିକଟକ୍ ୟୁଜର୍ସ  ଡାଏସ୍‌ଚାକିନ୍ ନିଜେ ତାଙ୍କ ନକଲି ବିବାହ ବିଷୟରେ କହିଛନ୍ତି। ବ୍ରିଟେନରେ ବିବାହ ଫଟୋଗ୍ରାଫରମାନେ ସାଧାରଣତ ୧ ଲକ୍ଷ ୫୮ ହଜାର ଟଙ୍କା ଚାର୍ଜ କରନ୍ତି, ଏଥିରୁ ଅନୁମାନ କରାଯାଇପାରେ ଯେ ମହିଳା ଜଣକ ତାଙ୍କ ପୂର୍ବ ପ୍ରେମିକଙ୍କ କଲ୍ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି। ନକଲି ବିବାହ ଉପରେ ପାଣି ପରି ଟଙ୍କା ଢାଳିଛନ୍ତି ହେଲେ ପରେ ମହିଳା ଜଣକ ଯାହା କଳ୍ପନା କରିଥିଲେ ତାହା ସେ କେବେ ଭାବି ନଥିଲେ । ମହିଳାଙ୍କ ପୂର୍ବତନ ପ୍ରେମିକା ତାଙ୍କୁ କୌଣସି କଲ୍ କିମ୍ବା ମେସେଜ୍ କରି ନଥିଲେ କିମ୍ବା ତାଙ୍କ ପୋଷ୍ଟକୁ ଲାଇକ୍‌ । ଏହା ପରେ ମହିଳା ଜଣକ ଆହୁରି ଦୁଃଖରେ ଭାଙ୍ଗି ପଡିଥିଲେ । ମହିଳା ଜଣଙ୍କ ନିଜର ଦୁଃଖ ପ୍ରକାଶ କରି ଲେଖିଛନ୍ତି, 'ଏହି କାହାଣୀରେ ଦୁଃଖର ବିଷୟ ହେଉଛି ସେ ମୋର ଫଟୋ ଦେଖିଥିଲେ ମଧ୍ୟ ମୋ ସହ କୌଣସି ପ୍ରକାରର ଯୋଗାଯୋଗ କରିନଥିଲେ'। ସେ ବିଶ୍ୱାସ କରୁଥିଲେ ଯେ ଯେତେବେଳେ ତାଙ୍କ ପୂର୍ବତନ ପ୍ରେମିକା ତାଙ୍କ ବିବାହର ଫଟୋ ଦେଖିବେ, ସେ ନିଶ୍ଚିତ ଭାବରେ ତାଙ୍କୁ ଡାକିବେ ଫୋନ୍‌ କିମ୍ବା ମେସେଜ୍ କରିବେ। ହେଲେ ଆଶା ଆଶାରେ ହିଁ ରହିଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.