ବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ
17/10/2019 at 6:09 PM

ଟାଙ୍ଗୀ ୧୭|୧୦: ବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମର ରବୀନ୍ଦ୍ର ପଟ୍ଟନାୟକଙ୍କ ପତ୍ନୀ ସୁଜ୍ଞାନୀ ପଟ୍ଟନାୟକ (୨୫) ନିଜ ଘରେ ପାଣି ପମ୍ପ୍ ରେ ବିଦ୍ୟୁତ ସଂଯୋଗ କରୁଥିବା ବେଳେ ନିଜେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତୁରନ୍ତ ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଣପୁର ଓ ନାଚୁଣୀ ପୋଲିସ ଘଟଣାର ତଦନ୍ତ କରୁଛନ୍ତି ।