ପ୍ରତିଦିନ ମୃତ ସ୍ବାମୀର ଅସ୍ଥି ଖାଉଥିଲେ ସ୍ତ୍ରୀ : କହିଲେ ସରି ଆସିଲାଣି ଆଉ କ'ଣ କରିବି...

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ ୨୧।୧୦ : ବେଳେ ବେଳେ ଏପରି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଭାବିଲେ ମନ ବିଚଳିତ ହୋଇଯାଏ । ଏମିତି ଏକ ଘଟଣା ଘଟିଥିଲା ଆମେରିକାର ଟେନେସିରେ । ଜଣେ ୨୬ ବର୍ଷୀୟ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଅସ୍ଥି ପାଉଁଶକୁ ଚାଟିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସ୍ୱାମୀଙ୍କ ଦୁଃଖରେ ଭାଙ୍ଗିପଡ଼ିଥିବା ଏହି ମହିଳା ଜଣକ ସ୍ୱାମୀଙ୍କୁ ଭୁଲି ପାରିନଥିଲେ । ଫଳରେ ସ୍ୱାମୀଙ୍କ ଅସ୍ଥି ପାଉଁଶକୁ ଚାଟୁଥିଲେ । ଧିରେ ଧିରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା ।

 ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଦୁନିଆର ସବୁଠୁ ନିକଟତମ ସମ୍ପର୍କ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ଏକ ଏମିତି ସମ୍ପର୍କ ଯାହା ଦୁଇ ଅଜଣା ବ୍ୟକ୍ତିଙ୍କୁ ଜନ୍ମ ଜନ୍ମ ପାଇଁ ଏକାଠି କରିଦିଏ । ଜଣକ ମୃତ୍ୟୁରେ ଅନ୍ୟ ଜଣେ ଭାଙ୍ଗିପଡ଼ିଥାଏ ।ଏମିତି ଏକ ଘଟଣା ଘଟିଛି ଆମେରିକାର ଟେନେସେ ସହରରେ । ସେଠାରେ ରହୁଥିବା କୈସି ତାଙ୍କର ଅଦ୍ଭୁତ କାରନାମା ପାଇଁ ଏବେ ଚର୍ଚ୍ଚାରେ । ଆସ୍ଥମା ରୋଗରେ ସ୍ୱାମୀଙ୍କର ମୃତ୍ୟୁ ପରେ କୈସି ସ୍ୱାମୀଙ୍କ ଦୁଃଖରେ ନିଜକୁ ସମ୍ଭାଳି ପାରିନଥିଲେ । ଫଳରେ ସ୍ବାମୀଙ୍କ ଅସ୍ଥି ପାଉଁଶକୁ ସେ ଚାଟି ନିଜ ଭିତରେ ସ୍ୱାମୀଙ୍କ ଦୁଃଖକୁ ଭୁଲୁଥିଲେ । ଧିରେ ଧିରେ ତାଙ୍କର ଏହି କାର୍ଯ୍ୟ ଅଭ୍ୟାସରେ ପରିଣତ ହୋଇଗଲା।

{"align":"center","id":530567,"width":704,"height":704,"sizeSlug":"large","linkDestination":"none"}

ଏବେ ସେ ସ୍ୱାମୀଙ୍କ ଅସ୍ଥି ପାଉଁଶ ଚାଟିକରି ସ୍ୱାମୀଙ୍କ ଅଭାବ ପୁରଣ କରୁଥିବା ବେଳେ ତାହା ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି । ସେ ଏଥିପାଇଁ ଲଜ୍ଜା ଅନୁଭବ କରୁଥିବା କହୁଥିଲେ ମଧ୍ୟ ତାଙ୍କର ଏହି ଅଭ୍ୟାସରୁ ସେ ନିଜକୁ ମୁକାଳି ପାରୁ ନାହାଁନ୍ତି । ଏହି ଅସ୍ଥି ପାଉଁଶ ଏବେ ସରି ଯିବାକୁ ବସିଛି । ତାଙ୍କର ଚିନ୍ତା ଏବେ ଯେ ସେ ବାକି ଜୀବନ କିପରି ବଞ୍ଚିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.