ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଆଇନଜୀବୀଙ୍କ କିରାଣୀ ନାଁରେ ଏତଲା

Published By : Prameya-News7 Bureau | February 08, 2020 IST

କଳାହାଣ୍ଡି ୮।୨: ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ମହିଳାଙ୍କ କେସ୍ ଲଢୁଥିବା ଆଇନଜୀବୀଙ୍କ କିରାଣୀ ଦୁଷ୍କର୍ମ କରିଥିବା ସଂଗୀନ ଅଭିଯୋଗ ଆସିଛି । ପୀଡିତା ମହିଳା ଏନେଇ ଧର୍ମଗଡ ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୬ ବର୍ଷ ହେଲା ସ୍ବାମୀ ପରିତ୍ୟକ୍ତା ଜଣଙ୍କ କ୍ଷତିପୂରଣ ପାଇବା ପାଇଁ ଆଇନଜୀବୀଙ୍କ ଦ୍ବାରସ୍ଥ ହୋଇଥିଲେ । କେସ୍ ଲଢୁଥିବା ଆଇନଜୀବୀଙ୍କ କିରାଣୀ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା । ସ୍ବାମୀଙ୍କଠାରୁ କ୍ଷତିପୂରଣ ପାଇବା ପାଇଁ ଲଢୁଥିବା ଓକିଲଙ୍କ କିରାଣୀ, ମହିଳାଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ସଂପୃକ୍ତ କିରାଣୀ ଜଣକ ଫେରାର ହୋଇଯାଇଛି ।

ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ମହିଳା ଜଣଙ୍କ ଯାହା ପାଖକୁ ନ୍ୟାୟ ପାଇଁ ଯାଇଥିଲେ ସେଠାରେ ହିଁ ସେ ଦୁଷ୍କର୍ମର ଶୀକାର ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.