Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

ସ୍ମଗଲିଂର ନୁତନ ଫର୍ମୁଲା: ପ୍ରାଇଭେଟ୍ ପାର୍ଟରେ ୧.୫ କେଜିର କୋକେନ ଲୁଚାଇଥିଲେ ମହିଳା

7/03/2020 at 9:07 PM

ମୁମ୍ବାଇ ୦୭|୦୩:    ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଓ ବାଙ୍ଗାଲୋରର କେମ୍ପାଗୋଡା ବିମାନ ବନ୍ଦରରେ ୨ଜଣ ନିଶା ତସ୍କରଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି। ଉଭୟ ନିଜ ଗୁପ୍ତାଙ୍ଗରେ କୋଟିକୋଟି ଟଙ୍କାରନିଶା ଦ୍ରବ୍ୟ କୋକେନ ଲୁଚାଇ ରଖିଥିଲେ। ଏହି ଉପାୟ ନୂଆ ହୋଇଥିଲେ ମଧ୍ୟ ସେମାନେ ସୁରକ୍ଷା ଅଧିକାରୀଙ୍କ ହାତରେ ଧରା ପଡିଛନ୍ତି।

ମୁମ୍ବାଇ ବିମାନବନ୍ଦରରେ ବ୍ରାଜିଲର ସାଓ ପାଓଲରୁ ଆସୁଥିବା ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ସେ କେତେକ କଣ୍ଡୋମ ମଧ୍ୟରେ କୋକେନ ରଖିଥିଲେ। ଏହାକୁ ସେ ନିଜ ଗୁପ୍ତାଙ୍ଗରେ ଲୁଚାଇ ରଖିଥିଲେ। ସୁରକ୍ଷା ଅଧିକାରୀ ତାଙ୍କ ଗୁପ୍ତାଙ୍ଗରୁ ୧୩ଟି କଣ୍ଡୋମ ବାହାର କରିଥିଲେ। ଏହା ମଧ୍ୟରୁ ୩୧୨ ଗ୍ରାମର କୋକେନ ଜବତ ହୋଇଛି।

ସେହିପରି ବାଙ୍ଗାଲୋର ବିମାନବନ୍ଦରରୁ ଗିରଫ ହୋଇଥିବା ମହିଳା ନିଜ ଶରୀର ମଧ୍ୟରେ ଓ ଗୁପ୍ତାଙ୍ଗରେ ବିପୁଳ ମାତ୍ରାରେ କଣ୍ଡୋମ ଲୁଚାଇ ରଖିଥିଲେ। ଏହାର ପରିମାଣ ୧୩୦୦ ଗ୍ରାମର ଅଧିକ ହେବ ବୋଲି ଜଣାପଡିଛି। ଏହାକୁ ବାହାର କରିବା ପାଇଁ ମହିଳାଙ୍କୁ ୨ଦିନ ଯାଏଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆହୁରି ମଧ୍ୟ କିଛି ଟାବଲେଟରେ କୋକେନ ଭର୍ତ୍ତି କରି ସେ ନିଜ ପ୍ରାଇଭେଚ୍ ପାର୍ଟରେ ମଧ୍ୟ ରଖିଥିଲେ।

   Related Posts