ଶୌଚ ପାଇଁ ଯାଇ କେନାଲରେ ବୁଡ଼ିଗଲେ ମହିଳା, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
10/12/2020 at 8:50 PM

ଢେଙ୍କାନାଳ ୧୦/୧୨: ଢେଙ୍କାନାଳ ଜିଲ୍ଳା ପର୍ଜଙ୍ଗ ଥାନା କନ୍ତୋର ଗାଁ ପାଖ ରେଙ୍ଗାଳି ବାମ କେନାଲରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସେହି ଗ୍ରାମର ପୂଜା ସ୍ବାଇଁ ।
ସୂଚନା ମୁତାବକ ସେ ଆଜି ସନ୍ଧ୍ୟାରେ ଶୌଚ ପାଇିଁ ଗାଁ ପାଖ ରେଙ୍ଗାଳି କେନାଲକୁ ଯାଇଥିଲେ । ମାତ୍ର ଆଉ ଘରକୁ ଫେରିନଥିଲେ । ତେବେ ଶୌଚ ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ଗୋଡ ଖସିଯିବାରୁ ବୁଡି ଯାଇଥିଲେ।
ଗାଁ ଲୋକ ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପର୍ଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପର୍ଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।