ଉଲଗ୍ନ ହୋଇ ରାସ୍ତାରେ ଗାଡ଼ି ଚଳାଉଥିଲେ ମହିଳା, ଧରିପକାଇଲେ ପୋଲିସ୍ ବାବୁ...

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲା, ୧୬୦/୯:  ଆମେରିକାର ଫ୍ଲୋରିଡା ରାଜ୍ୟରେ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ରାସ୍ତା ଉପରେ ଏକ ଗଲ୍ଫ କାର୍ଟ ଚଳାଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି କି ମହିଳା ଏହି ସମୟରେ ଏପରି ଏକ ଗାଡ଼ି ଚଳାଉଥିଲେ ଯାହାକୁ କି ଗଲ୍ଫ ଫିଲ୍ଡ୍‌ରେ ବ୍ୟବହାର କରାଯାଏ । ଏହାକୁ ଗଲ୍ଫ କାର୍ଟ କୁହାଯାଏ । ରାସ୍ତାରେ ଯାଉଥିବା ସମୟରେ ମହିଳା ଜଣକ ପୋଲିସ୍‌ ହାବୁଡ଼ରେ ପଡ଼ିଯାଇଥିଲେ ।

ଦ ଇଣ୍ଡିଆପୋଷ୍ଟର ରିପୋର୍ଟ ମୁତାବିକ, ଏହି ଘଟଣା ଫ୍ଲୋରିଡାର ଏକ ସହରର ଜନ ଗହଳିପୂର୍ଣ୍ଣ ରାସ୍ତାରେ ଦେଖିବାକୁ ମିଳିଛି । ଯେଉଁଠାରେ ପୋଲିସ୍‌ ଜଣେ ୨୮ ବର୍ଷୀୟ ମହିଳାଙ୍କୁ ଗିରଫ କରିନେଇଛି । ମହିଳା ଜଣକ ବିନା କୌଣସି କପଡ଼ା ପିନ୍ଧି ଗାଡ଼ି ଚଳାଉଥିଲେ । ପୋଲିସ୍‌ ଯେତେବେଳେ ତାଙ୍କୁ ଅଟକାଇଥିଲା ସେତେବେଳେ ସେ ଏପରି ଅବସ୍ଥାରେ ତାଙ୍କୁ ଦେଖିଥିଲା । ସେ ମଦ ପିଇଥିବା ମଧ୍ୟ ଜଣାପଡ଼ିଥିଲା ।   

ପୋଲିସ୍‌ ଉକ୍ତ ସ୍ଥାନରେ ଜଣେ ଅଭିଯୁକ୍ତକୁ ଧରିବାକୁ ଅପେକ୍ଷା କରିଥିବା ବେଳେ ମହିଳା ଦ୍ରୁତ ଗତିରେ ଏହି ଗାଡ଼ିଟିକୁ ଚଳାଇ ଆସୁଥିଲେ । ଯାହାକୁ ଦେଖି ପୋଲିସ୍‌ ତାଙ୍କୁ ଅଟକାଇ ଥିଲା । ପରେ ସେ ଉଲଗ୍ନ ଏବଂ ମଦ ପିଇଥିବା ଜଣାପଡ଼ିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.