Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ମେଟ୍ରୋ ଟ୍ରେନରେ ଲାଗିଗଲା ମହିଳାଙ୍କ ଶାଢ଼ୀ : ପ୍ଲାଟଫର୍ମରେ ଘୋଷାଡ଼ି ହୋଇ ପଡିଲେ ମହିଳା, ଅଳ୍ପକେ ବଂଚିଗଲା ଜୀବନ

17/04/2019 at 12:13 PM

ନୂଆଦିଲ୍ଲୀ ୧୭/୪ : ଦିଲ୍ଲୀ ମେଟ୍ରୋ ଟ୍ରେନରେ ଜଣେ ମହିଳାଙ୍କ ଶାଢ଼ୀ ଲାଗିଯିବାରୁ ମହିଳା ଜଣକ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି | ମହିଳାଙ୍କ ମୁଣ୍ଡରେ ଆଘାତ ହୋଇଛି | ମହିଳାଙ୍କ ଶାଢ଼ୀ ଟ୍ରେନର କବାଟରେ ଲାଗିଯିବାରୁ ମହିଳା ଜଣକ ପ୍ଲାଟଫର୍ମରେ ଘୋଷାଡ଼ି ହୋଇଯାଇଥିଲେ | ବ୍ଲୁ ଲାଇନ ମୋତି ନଗର ମେଟ୍ରୋ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି | ୪୦ ବର୍ଷ ବୟସ୍କା ଗୀତା ନିଜ ଝିଅ ସହ ନବାଜାରୁ ମୋତି ନଗର ଯିବା ପାଇଁ ଟ୍ରେନରେ ଚଢ଼ିଥିଲେ | ଯେତେବେଳେ ଟ୍ରେନ ମୋତି ନଗର ଷ୍ଟେସନରେ ପହଁଚିଲା, ସେତେବେଳେ ଗୀତା ଏବଂ ତାଙ୍କ ଝିଅ ଟ୍ରେନରୁ ଓହ୍ଲାଇଥିଲେ | କିନ୍ତୁ ଗୀତାଙ୍କ ଶାଢ଼ୀ ଟ୍ରେନ କବାଟରେ ଲାଗି ଯାଇଥିଲା | ଏତିକିବେଳେ ଟ୍ରେନ ଚାଲିବା ଆରମ୍ଭ କରିଥିଲା |

ଟ୍ରେନ ଚାଲିବା ଆରମ୍ଭ ହେବାରୁ ଗୀତା ପ୍ଲାଟଫର୍ମରେ ପଡିଯାଇଥିଲେ | ଗୀତା ପ୍ଲାଟଫର୍ମରେ ପଡିଯାଇ ଟ୍ରେନ ସହ ଘୋଷାଡ଼ି ହୋଇ ଯାଇଥିଲେ | ଏହା ଦେଖି ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ବିପଦକାଳୀନ ବଟନ ଚାପିଦେବାରୁ ଟ୍ରେନଟି ରହିଯାଇଥିଲା | ଫଳରେ ମହିଳାଙ୍କ ଜୀବନ ରକ୍ଷା ହୋଇଗଲା | ତାଙ୍କ ମୁଣ୍ଡରେ ଆଘାତ ଲାଗିଛି | ଗୀତାଙ୍କୁ ସଂଗେ ସଂଗେ ହସ୍ପିଟାଲ ନିଆଯାଇଥିଲା |


ତେବେ ଶାଢ଼ୀ ପିନ୍ଧି ମେଟ୍ରୋ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ଟିକିଏ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ | ଟିକିଏ ଅସାବଧାନତା ଯୋଗୁଁ ଆପଣଙ୍କ ମୂଲ୍ୟବାନ ଜୀବନ ଚାଲିଯାଇପାରେ |

   Related Posts