ନିନ୍ଦନୀୟ ! ଶାଶୁକୁ ଚୁଟି ଘୋଷାଡ଼ି ରାସ୍ତା ମଝିରେ ପିଟିଲା ବୋହୁ, ସିସିଟିଭିରେ କଏଦ ପୁରା ଘଟଣା, ମହିଳା ବିରୋଧରେ ମାମଲା ରୁଜ୍ଜୁ

Published By : Prameya-News7 Bureau | October 10, 2020 IST

ହାଇଦ୍ରାବାଦ ୧୦/୧୦ : ହାଇଦ୍ରାବାଦ ହୁମାୟୁ ନଗରରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା ନିଜ ଶାଶୁଙ୍କୁ ସାର୍ବଜନିକ ରୂପରେ ମାରପିଟ୍ କରୁଥିବା ମାମଲା ସାମ୍ନାକୁ ଆସିଛି। ଉକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି। ମହିଳା ଜଣକ ନିଜ ଶାଶୁଙ୍କୁ ଅମାନୁଷିକ ଭାବେ ପିଟୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା। ମହିଳା ଜଣକ ନିଜର ୫୫ ବର୍ଷ ବୟସ୍କା ଶାଶୁଙ୍କୁ ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ରାସ୍ତାକୁ ଆଣି ଗାଲରେ ଚାପୁଡ଼ା ମାରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ମହିଳା ଜଣକ ନିଜ ଶାଶୁଙ୍କୁ ବାଡଉଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ସିସିଟିଭିରେ ଦେଖିବାକୁ ମିଳିଛି ଯେ ମହିଳା ନିଜ ଶାଶୁଙ୍କୁ ବାଡଉଥିବା ବେଳେ ମହିଳାଙ୍କ ପୁଅ ପାଖରେ ଛିଡା ହୋଇ ପୁରା ଘଟଣାକୁ ନିଜ ମୋବାଇଲରେ ରେକର୍ଡ କରୁଛି।

{"id":341558,"sizeSlug":"large"}

ସିସିଟିଭି ଫୁଟେଜ ଦେଖିବା ପରେ ଜଣାପଡୁଛି ଯେ କିଛି ଲୋକ ମହିଳାଙ୍କୁ ବୁଝେଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମହିଳା ଜଣକ କାହା କଥା ଶୁଣୁନାହାନ୍ତି। ତେବେ ମହିଳା ନିଜ ଶାଶୁଙ୍କୁ ବାଡଉଥିବା ସମୟରେ କେହି ବି ବୃଦ୍ଧାଙ୍କୁ ବଞ୍ଚେଇବାକୁ ଆସିନଥିଲେ। ସିସିଟିଭି ଫୁଟେଜ୍ ଭାଇରାଲ୍ ହେବାପରେ ପୋଲିସ ଉକ୍ତ ମହିଳା ଓ ତାଙ୍କ ମା ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଧାରା ୩୨୩ ଅନୁସାରେ ମାମଲା ରୁଜ୍ଜୁ କରିଛି। ଶାଶୁ ବୋହୁର ଫ୍ଲୋରର ବିଜୁଳି ଓ ପାଣି ବନ୍ଦ କରିଥିବା ଜଣାପଡିଛି। ଯାହାପରେ ମହିଳା ଜଣକ ରାଗିଯାଇ ଶାଶୁଙ୍କୁ ବାଡେଇଥିଲେ।

{"id":341561,"sizeSlug":"large"}

ଅଭିଯୁକ୍ତ ମହିଳା କହିଛନ୍ତି ଯେ ତାଙ୍କୁ ନିଜ ସ୍ୱାମୀ ସହ ସାକ୍ଷାତ କରିବାକୁ ଦିଆଯାଏନାହିଁ। ଏପରିକି ସେ ନିଜ ସ୍ୱାମୀ ସହ ଫୋନରେ ମଧ୍ୟ କଥା ହୋଇପାରନ୍ତି ନାହିଁ। ମହିଳାଙ୍କ ସ୍ୱାମୀ ସାଉଦି ଆରବରେ ରୁହନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.