ମହିଳାଙ୍କ ଚକ୍ଷୁ ଦାନ କରି ଉଦାହରଣ ସୃଷ୍ଟି କଲେ ପରିବାର, ଛୁଟୁଛି ପ୍ରଶଂସାର ସୁଅ

Published By : Prameya-News7 Bureau | January 23, 2021 IST

ସାନଖେମୁଣ୍ଡି ୨୩।୧: ନିଜେ ସିନା ଆଖି ବୁଜିଦେଲେ ହେଲେ ଆଉ ଜଣଙ୍କୁ ଦେଇଗଲେ ଆଖି । ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ଚକ୍ଷୁ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଚକ୍ଷୁ ଦାନ ଭଳି ମହତ କାମ କରି ଗଞ୍ଜାମ ଜିଲ୍ଲାର ଏହି ପରିବାର ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କୋଙ୍କରଡ଼ାର ଜାମୁନି ସେଠୀ ନାମକ ଜଣେ ମହିଳାଙ୍କର ଉଚ୍ଚ ରକ୍ତ ଚାପରେ ମୃତ୍ୟୁ ହୋଇଥିଲା । ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଜାମୁନିଙ୍କ ଚକ୍ଷୁ ଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହଯୋଗ ନେଇଥିଲେ । ଜିଲ୍ଲାପାଳ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସହଯୋଗରେ ତାଙ୍କ ଚକ୍ଷୁ ଦାନ କରାଯାଇଛି । ଜାମୁନିଙ୍କ ମରଶରୀର ସାନଖେମୁଣ୍ଡି ବ୍ଲକ୍ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା । ସେଠାରୁ ବ୍ରହ୍ମପୁର ଚକ୍ଷୁ ବିଭାଗ ଟିମ୍ ପହଞ୍ଚି ତାଙ୍କ ଚକ୍ଷୁ ନେଇଛନ୍ତି । ପରିବାରଲୋକଙ୍କ ଏଭଳି ମହତ୍ କାମ ପାଇଁ ପ୍ରଶଂସାର ସୁଅ ଛୁଟୁଛି । ପୂର୍ବରୁ ଦିଗପହଣ୍ଡିର ଜଣେ ମହିଳା ନିଜର ଅଙ୍ଗଦାନ କରି ଉଦାହରଣ ସୃଷ୍ଟି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.