୪ମହଲାରୁ ଡେଇଁ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା

Published By : Prameya-News7 Bureau | June 11, 2019 IST

ଅହମଦାବାଦ ୧୧/୬: ସିଭିଲ୍ ହସ୍ପିଟାଲ ପରିସରରେ ଥିବା କ୍ୟାନସର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଜଣାଶୁଣା କ୍ୟାନସର ସ୍ପେଶାଲିଷ୍ଟ ଡ. ମିତା ବେନ ମାଙ୍କଡ଼ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ସେ ବସ୍ତ୍ରାପୁର ଲାଡ ସୋସାଇଟି ରୋଡ଼ରେ ଥିବା ଅଦ୍ବୈତ ବିଲଡିଙ୍ଗର ୪ମହଲାରୁ  ଡେଇଁ ଆତ୍ମହତ୍ୟା କରିଛନ୍ତି। ଚାରି ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ,ସେତେବେଳେ ତାଙ୍କୁ ଜଣେ ଚାକରାଣୀ ବଞ୍ଚାଇଥିଲେ।

ବସ୍ତ୍ରାପୁର ଲାଡ ସୋସାଇଟିର ରାଜକୀୟ ସୁମେର ବଙ୍ଗଳାରେ ଡ.ହେମନ୍ତ ମାଙ୍କଡ଼,ପତ୍ନୀ ଡ.ମିତା ବେନ,ପୁଅ ଭାବ ଏବଂ ବୋହୂ ସହ ରହୁଥିଲେ। ମିତା ବେନ କ୍ୟାନସର ସ୍ପେଶାଲିଷ୍ଟ ଥିଲେ। ହେମନ୍ତ ଭାଇ କାର୍ଡ଼ିଓଲୋଜିଷ୍ଟ ଏବଂ ଫିଜିସିଆନ ଥିଲେ। ଦୁହେଁ ସହରର ଅଲଗା ଅଲଗା ଘରୋଇ ହସ୍ପିଟାଲରେ ସେବା ଯୋଗାଉଥିଲେ। ମିତା ବେନ ସିଭିଲ ହସ୍ପିଟାଲ ପରିସରରେ ଜିସିଆରଆଇରେ ବରିଷ୍ଠ ପଦରେ ଥିଲେ। ସୂଚାନା ଅନୁସାରେ ମିତା ବେନଙ୍କ ତାଙ୍କ ସ୍ବାମୀଙ୍କ ସହ ଦୀର୍ଘ ଦିନରୁ ବିବାଦ ଚାଲିଥିଲା,ବୋଧହୁଏ ସେଥିପାଇଁ ସେ ଏହି ପଦକ୍ଷେପ ଉଠାଇଥିଲେ।  

ମିତା ବେନ୍ ୧୫ଦିନ ପୂର୍ବରୁ ମଧ୍ୟ ସିଭିଲ୍ ହସ୍ପିଟାଲରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସେଦିନ ତାଙ୍କୁ ଉଦ୍ଧାର କରାଯାଇଥିଲା। ସେହି ସମୟରେ ଏବିଷୟରେ କାହାକୁ ଜଣାଯାଇନଥିଲା। ଏହାପରେ ୪ଦିନ ପୂର୍ବରୁ ମଧ୍ୟ ସେ ଅଦ୍ବୈତ ବିଲଡିଙ୍ଗରୁ ଡେଇଁବାକୁ ଉଦ୍ୟମ କରିଥିଲେ,ସେତେବେଳେ ଜଣେ ଚାକରାଣୀ ତାଙ୍କୁ ଉଦ୍ଧାର କରିଥିଲେ।

ଡ.ମିତା ବେନ ମାଙ୍କଡ଼ଙ୍କ ପୁଅ ଭାବ ପଞ୍ଜାବୀ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ସେ ପତ୍ନୀଙ୍କ ସହ ସୁମେର ବଙ୍ଗଳାରେ ମାଆ ବାପାଙ୍କ ପାଖରେ ଥିବା ବଙ୍ଗଳାରେ ରହୁଥିଲେ। କିନ୍ତୁ ଭାବ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ପ୍ରତିଦିନ ତାଙ୍କ ମଧ୍ୟରେ ବିବାଦ ହେଉଥିଲା। ଏହା ସହିନପାରି ଭାବ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। କିନ୍ତୁ ମିତା କ’ଣ ପାଇଁଆତ୍ମହତ୍ୟା କରିଛନ୍ତି ସେ ସମ୍ପର୍କରେ ପଚରାଉଚୁରା ଚାଲିଛି।

{"id":122033,"width":594,"height":400}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.