ପ୍ରେମିକଙ୍କ ବିବାହକୁ ବରଦାସ୍ତ କରିପାରିଲେନି ପ୍ରେମିକା, କଲେ ଏଭଳି କାମ... କୋର୍ଟ ଶୁଣାଇଲେ ୧୦ବର୍ଷ ଜେଲ୍‌ଦଣ୍ଡ

Published By : Prameya-News7 Bureau | December 17, 2019 IST

ବେଙ୍ଗାଲୁରୁ ୧୭।୧୨: କର୍ଣ୍ଣାଟକ ବେଙ୍ଗାଲୁରୁରେ ଜଣେ ଡାକ୍ତର ରାଗିଲେ ଯେ, ଏମିତି କରିପାରନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାଗିଯାଇ ମହିଳା ଡାକ୍ତର ଜଣଙ୍କ ତାଙ୍କ ପ୍ରେମିକଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଇଥିବା ଅଭିଯୋଗ ହୋଇଛି । ପ୍ରେମିକ ଜଣଙ୍କ ଅନ୍ୟଜଣେ ମହିଳାଙ୍କୁ ବିବାହ କରୁଥିବା ଜାଣିବା ପରେ ମହିଳା ଡାକ୍ତର ଜଣଙ୍କ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ଏହି ମାମଲାରେ ମହିଳା ଡାକ୍ତରଙ୍କୁ ୧୦ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ, ଘଟଣାଟି ଘଟିଥିଲା ୨୦୦୮ ମସିହାରେ । ସଇଦା ଅମିଦା ନାମକ ମହିଳା ଜଣଙ୍କ ଦନ୍ତଚିକିତ୍ସକ ଭାବେ କାମ କରନ୍ତି । ସେ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ମାତ୍ର କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟ ମତାନ୍ତର ହେବାରୁ ଉଭୟେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ଉକ୍ତ ଯୁବକ ଜଣଙ୍କ ଅନ୍ୟ ଜଣଙ୍କୁ ବିବାହ କରିଥିଲେ ।

ଯୁବକଙ୍କ ବିବାହକୁ ବରଦାସ୍ତ କରିପାରିଲେନି ମହିଳା ଡାକ୍ତର । ତାଙ୍କ ରାଗ ଏତେ ପରିମାଣରେ ବଢି ଯାଇଥିଲା ସେ ତାଙ୍କ ପୂର୍ବ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ନିର୍ଣ୍ଣୟ କରିସାରିଥିଲେ । ସୁଯୋଗ ଦେଖି ଯୁବକ ଜଣଙ୍କୁ ନିଜ କ୍ଲିନିକ୍ ରେ ଦେଖାକରିବା ପାଇଁ ଡକାଇଥିଲେ ମହିଳା ଡାକ୍ତର । ଯେତେବେଳେ ଯୁବକ ଜଣଙ୍କୁ ତାଙ୍କୁ ଦେଖା କରିବାକୁ କ୍ଲିନିକ୍ ରେ ପହଞ୍ଚିଥିଲେ ମହିଳା ଡାକ୍ତର ଜଣଙ୍କୁ ତାଙ୍କୁ ନିଶାଯୁକ୍ତ ଜୁସ୍ ପିଇବାକୁ ଦେଇଥିଲେ । ଜୁସ୍ ପିଇବା ପରେ ଯୁବକ ଜଣଙ୍କ ବେହୋସ୍ ହୋଇଯାଇଥିଲେ । ୟୁବକ ଜଣଙ୍କ ବେହୋସ୍ ହେବା କ୍ଷଣି ମହିଳା ଡାକ୍ତର ଏହାର ଯୁଯୋଗ ନେଇ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଇ ଡ୍ରେନ୍ ରେ ଭସାଇଦେଇଥିଲେ । ଯେତେବେଳେ ଯୁବକ ଜଣଙ୍କ ହୋସ୍ ରେ ଆସିଲେ ତାଙ୍କୁ ବହୁତ ଯନ୍ତ୍ରଣା ହେଉଥିଲା ଏବଂ ତାଙ୍କ ଚାରିପାଖରେ ରକ୍ତ ପଡିଥିବାର ସେ ଦେଖିଥିଲେ । ଫଳରେ ମହିଳା ଡାକ୍ତର ଜଣଙ୍କ ଡରିଯାଇଥିଲେ । ଯୁବକଙ୍କୁ ନିକଟସ୍ଥ ଏକ ମେଡିକାଲରେ ଭର୍ତ୍ତି କରି ସେଠାରୁ ଫେରାର ହୋଇଯାଇଥିଲେ ।

ଯୁବକ ଜଣଙ୍କ ତାଙ୍କଠାରୁ ଅଲଗା ହେବାପରେ ଅନ୍ୟ ଜଣଙ୍କୁ ବିବାହ କରିବା ସଇଦାଙ୍କୁ ପସନ୍ଦ ନଥିଲା । ସେ ଯୁବକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଏମିତି କାଣ୍ଡ ଘଟାଇଥିଲେ ।

ପ୍ରାୟ ୧୧ବର୍ଷ ଧରି କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା । ୧୧ବର୍ଷ ପରେ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ମହିଳା ଡାକ୍ତରଙ୍କୁ ୧୦ବର୍ଷର ଜେଲଦଣ୍ଡ ସହ ୨ଲକ୍ଷ ଟଙ୍କାର ଜରିମାନା ଶୁଣାଇଛନ୍ତି କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.