Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଡାକ୍ତରାଣୀଙ୍କୁ ଦୁଷ୍କର୍ମ : ପାର୍ଟିକୁ ଡାକି ହୋଟେଲରେ ସବୁ ସୀମା ଟପିଲା ବନ୍ଧୁ, ଦେଲା ଭିଡିଓ ଭାଇରାଲ ଧମକ

16/07/2021 at 9:59 AM

ଇନ୍ଦୋର, ୧୬/୦୭: ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ । ଡାକ୍ତରାଣୀଙ୍କ ସାଙ୍ଗ ଘଟାଇଲେ ସାଙ୍ଘାତିକ କାଣ୍ଡ । ଭିଡିଓ ମଧ୍ୟ ଭାଇରାଲ କରିବାର ଧମକ  । ଏପରି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳରେ । ମହିଳା ଡାକ୍ତରଜଣଙ୍କ ତାଙ୍କ ବନ୍ଧୁଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ।

ଭୋପାଳର ପିପଲାନୀ ଥାନା ଅଧିକାରୀ ଚେନ୍ ସିଂ ରଘୁବଂଶୀ କହିଛନ୍ତି ଯେ,  ବୁଧବାର ଜଣେ ୨୪ ବର୍ଷୀୟ ଡାକ୍ତର ଥାନାରେ ଅଭିଯୋଗ କରିଥିଲେ । ସେ ତାଙ୍କ ବନ୍ଧୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ବନ୍ଧୁଜଣଙ୍କ ତାଙ୍କୁ ଏମପି ନଗର ଓ ପିପଲାନୀ ଅଞ୍ଚଳର ଅନେକ ହୋଟେଲରେ ଦୁଷ୍କର୍ମ କରିଛନ୍ତି । ଏହାସହ ଭିଡିଓ ମଧ୍ୟ ଭାଇରଲ ଧମକ ଦେଇ ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଊିଯୋଗ ହୋଇଛି ।

ମହିଳା ଡାକ୍ତରଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଟଙ୍କା ଦେବା ପରେ ବି ତାଙ୍କ ବନ୍ଧୁ ଦୁଷ୍କର୍ମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ଏହାପରେ ହିଁ ସେ ଅଭିଯୋଗ କରିଥିଲେ । ତାଙ୍କର  ଯୁବକଙ୍କର ୨ ବର୍ଷ ପୂର୍ବେ ସାକ୍ଷାତ ହୋଇଥିଲା ।ଉଭୟେ ଖୁବ୍ ମିଳାମିଶା କରୁଥିଲେ । ୨୦୧୯ ନଭେମ୍ବରରେ ଯୁବକଜଣଙ୍କ ତାଙ୍କୁ ଏକ ହୋଟେଲକୁ ପାର୍ଟି ପାଇଁ ଡାକିଥିଲେ । ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ସେ ଦୁଷ୍କର୍ମର ଭିଡିଓ କରି ବ୍ଲାକମେଲ୍ କରିଥିଲେ ।

ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ କରିଥିଲା । ଏଥିରୁ ଅଭିଯୁକ୍ତ ଇନ୍ଦୋରରେ ରହୁଥିବା ପୋଲିସ ଜାଣିପାରିଥିଲା । ଯୁବକଙ୍କ ବିରୋଧରେ ଆଇପିସି ଧାରା ୩୭୬ରେ ମାମଲା ରୁଜ୍ଜୁ ହୋଇଛି । ଏହାସହ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରୁଛି ପୋଲିସ ।

   Related Posts