ଛାଡପତ୍ର ନୋଟିସ୍ ପାଇବା ପରେ ମହିଳା ଡାକ୍ତରଙ୍କ ଚରମ ନିଷ୍ପତ୍ତି, ୭ବର୍ଷର ପୁଅକୁ ହତ୍ୟା କରି ନିଜେ କଲେ ଆତ୍ମହତ୍ୟା

Published By : Prameya-News7 Bureau | January 04, 2021 IST

ରାଜମୁନ୍ଦ୍ରୀ ୪।୧: ଆନ୍ଧ୍ରପ୍ରଦେଶ ରାଜମୁନ୍ଦ୍ରୀରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଯେଉଁଠାରେ ୩୩ ବର୍ଷ ବୟସ୍କା ମହିଳା ଡାକ୍ତର ଲାବଣ୍ୟା ଦୋଥାମସେଟ୍ଟୀ ପ୍ରଥମେ ନିଜ ୭ ବର୍ଷର ପୁଅକୁ ହତ୍ୟା କରିବା ପରେ ନିଜେ ନିଦ ବଟିକା ଖାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ମହିଳା ଡାକ୍ତର ଲାବଣ୍ୟା ଜଣେ ଚର୍ମରୋଗ ବିଶେଷଜ୍ଞ ଥିଲେ । ରାଜମୁନ୍ଦ୍ରୀର ରାଜମହେନ୍ଦ୍ରଭରମ୍ ସ୍ଥିତ ବୁନ୍ଦ୍ରା ହସ୍ପିଟାଲର ଜଣାଶୁଣା ଡାକ୍ତର ବୁନ୍ଦ୍ରାଙ୍କ ଝିଅ । ଲାବଣ୍ୟା କିଛି ବର୍ଷ ପୂର୍ବେ ତେଲେଙ୍ଗାନା ଓ୍ବାରଙ୍ଗଲ ବାସିନ୍ଦା ଓ୍ବାମସୀ କୃଷ୍ଣାଙ୍କ ସହ ବିବାହ କରିଥିଲେ । ଉଭୟଙ୍କର ନିଶାନ୍ତ ନାମକ ୭ ବର୍ଷର ପୁଅ ଥିଲା । ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ସଂପର୍କ ଠିକ୍ ନଥିଲା । ଦୁଇ ମାସ ପୂର୍ବରୁ ଲାବଣ୍ୟା ତାଙ୍କ ବାପଘରକୁ ଆସିଥିଲେ ।

ଲାବଣ୍ୟାଙ୍କ ବାପା ଡାକ୍ତର ବୁନ୍ଦ୍ରାଙ୍କ ଅନୁସାରେ ଓ୍ବାମସୀ କୃଷ୍ଣା ତାଙ୍କ ନିକଟକୁ ଛାଡପତ୍ର ନୋଟିସ୍ ପଠଇଥିଲେ । ସେବେଠାରୁ ସେ ଡିପ୍ରେସନରେ ରହୁଥିଲେ । ଲାବଣ୍ୟା ପ୍ରଥମେ ତାଙ୍କ ପୁଅକୁ ନିଦ ବଟିକା ଖୁଆଇ ଦେଇଥିଲେ ତାପରେ ନିଜେ ନିଦ ବଟକା ଖାଇଦେଇଥିଲେ । ଅଧିକ ମାତ୍ରାରେ ନିଦ ବଟିକା ଖାିବା ପରେ ଦୁଇ ଜଣ ବେହୋସ ହୋଇଯାଇଥିଲେ । ଯେତେବେଳେ ପରିବା ସଦସ୍ୟଙ୍କୁ ଏବିଷୟରେ ଜଣାପଡିଥିଲା ସେତେବେଳେ ତୁରନ୍ତ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଲାବଣ୍ୟାଙ୍କ ବାପା କହିଥିଲେ ତାଙ୍କ ଝିଅ ନିଜ ସ୍ବାମୀଙ୍କ ପାଇଁ ଆତ୍ମହତ୍ୟା କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.