ଆଠଗଡ ରେଳ ଷ୍ଟେସନରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
22/10/2018 at 11:45 AM

ଆଠଗଡ ୨୨/୧୦ : ଆଠଗଡ ବ୍ଲକ୍ ଅନ୍ତର୍ଗତ ଘଣ୍ଟିଖାଲ ରେଳ ଷ୍ଟେସନରେ ଆଜି ଜଣେ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି | ମହିଳା ଜଣକ କୌଣସି ଏକ ଟ୍ରେନରେ ଯିବା ପାଇଁ ପ୍ଲାଟଫର୍ମରେ ବସିଥିବା ବେଳେ ହଠାତ ଚିତ୍କାର କରି ତଳକୁ ଗଳି ପଡ଼ିଥିଲେ | ଷ୍ଟେସନର କର୍ମଚାରୀମାନେ ୧୦୮ ଆମ୍ବୁଲାନ୍ସ ଡାକିବା ବେଳକୁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା | ମହିଳାଙ୍କ ହାତରେ ଟାଟୁରେ ବବି ଓ କଳ୍ପନା ଲେଖାଯାଇଥିବା ଜଣାପଡିଛି | ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ପାଟିରୁ ଫେଣ ବାହାରୁଥିବା ଦେଖାଯାଇଛି | ଜିଆରପି ପୋଲିସ ମହିଳାଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି |
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021