ଅବୈଧ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ଶାଶୂ: ଅତିଷ୍ଠ ହୋଇ ବୋହୂ କଲା ଆତ୍ମହତ୍ୟା

Published By : Prameya-News7 Bureau | December 27, 2018 IST

ଫିରୋଜପୁର ୨୭/୧୨: ବୁଧବାର ସକାଳେ ଫିରୋଜପୁର ସହରର କମ୍ବୋଜ ନଗରରେ ୨୮ବର୍ଷ ବୟସ୍କା ରୀତୁ ନାମ୍ନୀ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ରୀତୁ ପଙ୍ଖାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ରୀତୁର ବାପଘର ଲୋକେ ଅଭିଯୋଗ କରିଛନ୍ତି ଯେ ରୀତୁଙ୍କ ଶାଶୂ,ଶ୍ବଶୁର ଏବଂ ଜଣେ ଯୁବକ ତାଙ୍କୁ ହତ୍ୟା କରିଛନ୍ତି। ସୂଚନା ଅନୁସାରେ ରୀତୁଙ୍କ ଶାଶୂ ଜଣେ ଯୁବକଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ ଏବଂ ରୀତୁଙ୍କୁ ମଧ୍ୟ ସେହି ଯୁବକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରିଥିଲେ। ପୋଲିସ୍ ରୀତୁଙ୍କ ବୟାନ୍ ମୁତାବକ ତାଙ୍କ ଶାଶୂ,ଶ୍ବଶୁର ଏବଂ ସେହି ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

wp:gallery {"ids":[67654]} /wp:gallery

ସୂଚନା ଅନୁସାରେ ରୀତୁଙ୍କ ବିବାହ ୯ବର୍ଷ ପୂର୍ବରୁ ଫିରୋଜପୁରର ସୈାରଭଙ୍କ ସହ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଝିଅ। ଦେଢ଼ ବର୍ଷ ପୂର୍ବରୁ ରୀତୁଙ୍କ ସ୍ବାମୀ ମାଲେସିଆ ଯାଇଥିଲେ। ସ୍ବାମୀ ଯିବା ପରଠାରୁ ଶାଶୂ ତାଙ୍କୁ ହଇରାଣ କରୁଥିଲେ। ପୋଲିସ ସନ୍ଦେହ କରୁଛି ଯେ ରୀତୁଙ୍କୁ ମାରି ତାଙ୍କ ଶବକୁ ପଙ୍ଖାରେ ଝୁଲାଯାଇଛି। ରୀତୁଙ୍କ ପାଖ ରୁମରୁ ୧୦ଟି ଖାଲି ମଦ ବୋତଲ ଏବଂ ମାଂସ ଭର୍ତ୍ତି ପାତ୍ର ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.