ମହୁଲ ଫୁଲ ଗୋଟାଇବାକୁ ଯାଇଥିବା ମହିଳାଙ୍କୁ ଦଳି ଦେଲା ଦନ୍ତା ହାତୀ

Published By : Prameya-News7 Bureau | June 04, 2019 IST

ତେଲକୋଇ ୪|୬: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଜଙ୍ଗଲକୁ ମହୁଲ ଫୁଲ ଗୋଟାଇବାକୁ ଯାଇଥିବା ବେଳେ ଦଳି ଦେଇଛି ଦନ୍ତା ହାତୀ । ମୃତକ ହେଲେ କଦଳୀ ରଣସିଂହ ।

{"id":119343}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅକୁଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର କଦଳୀ ରଣସିଂହ ନାମକ ଜଣେ ମହିଳା ମଲଣ୍ଡା ଜଙ୍ଗଲକୁ ମହୁଲ ଫୁଲ ଗୋଟାଇବାକୁ ଯାଇଥିବା । ସେତିକିବେଳେ ଏକ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ । ଦନ୍ତା ହାତୀଟି ମହିଳାଙ୍କୁ ଦଳି ମାରିଦେଇଛି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛନ୍ତି । ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.