Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସ୍ବାମୀଙ୍କୁ ଡରାଇବା ପାଇଁ ଜଳାଇଥିଲେ ଦିଆସିଲି : ସ୍ବେଟରରେ ନିଆଁ ଲାଗିଯିବାରୁ ମୃତ୍ୟୁ

16/12/2019 at 3:09 PM

ବିଳାସପୁର ୧୬/୧୨: ଛତିଶଗଡ଼ର ବିଳାସପୁରରେ ଦମ୍ପତ୍ତିଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ପରେ ପତ୍ନୀଙ୍କ ଥଟ୍ଟା କରିବା ମହଙ୍ଗା ପଡ଼ିଛି। ସ୍ବାମୀଙ୍କୁ ଡରାଇବା ପାଇଁ ପତ୍ନୀ ଦିଆସିଲି ଜଳାଇ ନିଜ ସ୍ବେଟର ପାଖକୁ ଆଣିଥିଲେ। ଫଳରେ ଦିଆସିଲି କାଠିର ନିଆଁ ସ୍ବେଟରରେ ଲାଗି ଯାଇଥିଲା ଏବଂ ନିଆଁ ଲାଗିଯାଇଥିଲା। ନିଆଁ ଲାଗି ଯିବାରୁ ପତ୍ନୀଙ୍କୁ ଯୁବକ ଚିକିତ୍ସା ପାଇଁ ତାରବାହର କ୍ଷେତ୍ର ସ୍ଥିତ ଏକ ଘରୋଇ ନର୍ସିଙ୍ଗରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗତ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାଟି ଘଟିଛି ଡିସେମ୍ବର ୯ତାରିଖରେ କୋନି ଥାନା ଅଞ୍ଚଳର ସେମରତାଲରେ।

ଲଳିତା ସିଂହ ଠାକୁରଙ୍କ ଗତ ସୋମବାର ନିଜ ସ୍ବାମୀ ସେବକ ସିଂହ ଠାକୁରଙ୍କ କୌଣସି କଥାକୁ ନେଇ ବିବାଦ ହୋଇଥିଲା। ଝଗଡ଼ା ଶାନ୍ତ ହେବା ପରେ ଲଳିତା ନିଜ ସ୍ବାମୀ ସେବକ ସିଂହଙ୍କ ସହ ଥଟ୍ଟା କରି କହିଥିଲେ ଯେ ଏଥର ଝଗଡ଼ା ହେଲେ ନିଜକୁ ନିଆଁ ଲଗାଇ ଦେବେ ଏବଂ ସତକୁ ସତ ଦିଆସିଲି ଜଳାଇ ଦେଇଥିଲେ। ସେହି ସମୟରେ ଦିଆସିଲି ନିଆଁ ଲଳିତାଙ୍କ ସ୍ବେଟରରେ ଲାଗି ଯାଇଥିଲା। ଏହା ଜୋରରେ ବ୍ୟାପିଯାଇଥିଲା । ଏହା ଦେଖି ସେବକ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ଏବଂ ଯେକୌଣସି ମତେ ନିଆଁ ଲିଭାଇଥିଲେ।

ସେତେବେଳ ଯାଏଁ ଲଳିତାଙ୍କ ଶରୀର ଅଧିକାଂଶ ପୋଡ଼ି ସାରିଥିଲା। ଏହା ପରେ ସ୍ବାମୀ ସେବକ ସିଂହ ତାଙ୍କୁ ନେଇ ଘରୋଇ ହସ୍ପିଟାଲ ପହଞ୍ଚିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

   Related Posts