Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସ୍ୱାମୀକୁ ‘I Love You’ ମେସେଜ୍ କରି ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଡେଇଁ ପଡିଲେ ମହିଳା, ଠିକ୍ ସେତେବେଳେ କଲୋନୀରେ ଏଣ୍ଟ୍ରି କରୁଥିଲେ ସ୍ୱାମୀ

23/09/2021 at 3:34 PM

ନୂଆଦିଲ୍ଲୀ ୨୩/୦୯ : ଉତ୍ତର-ପଶ୍ଚିମ ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ମଙ୍ଗଳବାର ଦିନ ଜଣେ ୫୨ ବର୍ଷୀୟ ମହିଳା ନିଜ ଆପାର୍ଟମେଣ୍ଟର ପଞ୍ଚମ ମହଲରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀ ପୋଲିସ ଅନୁଯାୟୀ, ମୁଖାର୍ଜୀ ନଗର ଥାନା ଅନ୍ତର୍ଗତ ନିରଙ୍କାରି କଲୋନୀରେ ରହୁଥିବା ୫୨ ବର୍ଷୀୟ ନେହା ମଙ୍ଗଳବାର ସନ୍ଧ୍ୟାରେ ନିଜ ଆପାର୍ଟମେଣ୍ଟର ପଞ୍ଚମ ମହଲରୁ ଡେଇଁ ପଡ଼ିଥିଲେ। ତାଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ନେହା ସେଠାରେ ନିଜ ସ୍ୱାମୀ ଧରମ ବର୍ମାଙ୍କ ସହ ରହୁଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ। ଦୁହେଁ ଆମେରିକାରେ ରୁହନ୍ତି।

ପୋଲିସ କହିଛି ଯେ ଦମ୍ପତି ଅଲଗା ହେବାକୁ ଚାହୁଁଥିଲେ। ଛାତରୁ ଡେଇଁବା ପୂର୍ବରୁ ନେହା ନିଜ ସ୍ୱାମୀଙ୍କୁ ‘ଆଇ ଲଭ ୟୁ’ ମେସେଜ ପଠାଇଥିଲେ। ନେହା ଯେତେବେଳେ ଛାତରୁ ଡେଉଁଥିଲେ ଧରମ ବର୍ମା ସେତେବେଳେ ନିଜ କାରରେ ସୋସାଇଟି ଭିତରକୁ ପ୍ରବେଶ କରୁଥିଲେ। ଘଟଣା ସିସିଟିଭିରେ କଏଦ ହୋଇଛି। ପୋଲିସ ମହିଳାଙ୍କ ମୋବାଇଲ ଓ ସୋସାଇଟିର ସିସିଟିଭି ଯାଞ୍ଚ କରୁଛି। ମହିଳାଙ୍କ ପୁଅଝିଅ ଦିଲ୍ଲୀକୁ ଆସିଲେ ପୋଷ୍ଟମର୍ଟମ କରାଯିବ। ମାମଲାରେ ଯାଞ୍ଚ ଜାରି ରହିଛି। ପୋଲିସ କହିଛି ଯେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଓ ପରିବାର ଲୋକଙ୍କୁ ପଚରାଉଚୁରା ପରେ ମାମଲା ସ୍ପଷ୍ଟ ହୋଇପାରିବ।

   Related Posts