ଉମରକୋଟରେ କାନ୍ଥ ଭୁଶୁଡି ଜଣେ ମହିଳା ମୃତ

Published By : Prameya-News7 Bureau | August 27, 2018 IST

ନବରଙ୍ଗପୁର ୨୭|୮: ନବରଙ୍ଗପୁର ଉମରକୋଟ ୮ ନମ୍ବର ୱାର୍ଡ ଡଙ୍ଗରୀ ସାହିରେ କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଡମ୍ବୁରୁ ହରିଜନଙ୍କ ସ୍ତ୍ରୀ ବିମଳା ହରିଜନ । ରାତିରେ ବିମଳା ଘରେ ବସିଥିବା ବେଳେ ହଠାତ୍ ତାଙ୍କ ଉପର କାନ୍ଥ ପଡିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ପଡିଥିବା ଜଣାପଡିଛି । ଏପର୍ଯ୍ୟନ୍ତ ଆରଆଇ କି ତହସିଲଦାର ଘଟଣାସ୍ଥଳରେ ପହଞ୍ଚିନାହାନ୍ତି । ତେବେ ୱାର୍ଡ ସଭ୍ୟା ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଓ ସରକାରୀ ସାହାଯ୍ୟ ପାଇଁ ପ୍ରଶାସନକୁ ଜଣାଇବେ ବୋଲି କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.