କାଦୁଅ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ ; ଜୀବନ ହାରିଲେ ମହିଳା
18/07/2018 at 7:43 AM

ଧୋକା ଦେଲା କାଦୁଅ ରାସ୍ତା ଜୀବନ ହାରିଲେ ମହିଳା। ରାସ୍ତା କାଦୁଅ ଯୋଗୁ ଯାଇପାରିଲାନି ୧୦୮ ଆମ୍ବୁଲାନ୍ସ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ପଞ୍ଚାୟତର କାଦଗୁଡା ଗ୍ରାମର ଜମ୍ବତି କଂସାରି (୫୫) ନାମକ ମହିଳା ଜଣକ ଆଜି ହଠାତ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ କୁ ଫୋନ କରିଥିଲେ । କିନ୍ତୁ ୧୦୮ ଆମ୍ବୁଲାନ୍ସ ଆସିଲା କାଦଗୁଡା ଗ୍ରାମକୁ ଯାଇପାରିଲା ନାହିଁ କାରଣ ରାସ୍ତା ନିର୍ମାଣ କାର୍ୟ୍ଯ ଚାଲୁଥିବାରୁ ରାସ୍ତାଟି ଆଣ୍ଠୁଏ କାଦୁଅ ହୋଇଥିବାରୁ କୌଣସି ମତେ ୧୦୮ ଆମ୍ବୁଲାନ୍ସ ଯାଇପାରିଲା ନାହିଁ।ଶେଷରେ ପରିବାର ଲୋକ ଏବଂ ଗ୍ରାମବାସୀ ମିଶି ଏକ ଖଟିଆରେ ବୋହି ଆଣ୍ଠୁଏ କାଦୁଅ ରେ ଲମତାଗୁଡା ଗ୍ରାମ ନିକଟ କୁ ଆଣିଥିଲେ ସେଠାରେ ଅଟକି ରହିଥିବା ୧୦୮ ଆମ୍ବୁଲାନ୍ସ ରେ ଖଇରପୁଟ ଗୋଷ୍ଠିସ୍ୱାଥ୍ୟ କୁ ଆଣି ପହଞ୍ଚିଲା ବେଳକୁ ମହିଳା ଜଣଙ୍କର ଜୀବନ ଅଧା ରାସ୍ତାରେ ଚାଲିଯାଇଥିଲା । ଗୋଷ୍ଠିସ୍ୱାଥ୍ୟ କେନ୍ଦ୍ରର ଡାକ୍ତର ମହିଳା ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏଠି ସବୁଠାରୁ ବଡ଼ କଥା ହେଲା ଖଇରପୁଟ ସଦର ମହକୁମା ଠାରୁ ମାତ୍ର ୪ କିଲୋମିଟର ଦୂର କାଦଗୁଡା ଗ୍ରାମ, କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ଥିବାରୁ ରାସ୍ତାରେ ଆଣ୍ଠୁଏ କାଦୁଅ ହୋଇଥିବାରୁ ସେହି ଗ୍ରାମକୁ ସାଇକେଲ ଖଣ୍ଡେ ଯିବା ଅସମ୍ଭବ ହେଉଛି ଆମ୍ବୁଲାନ୍ସ କଣ କୌଣସି ଯାନ ଯିବାକୁ ଅମଙ୍ଗ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପଟେ ସରକାର ଆମ ଗାଁ ଆମ ବିକାଶ ର ଯୋଜନା ପରି ଅନେକ ଯୋଜନା କରୁଛନ୍ତି।କିନ୍ତୁ ବାସ୍ତବ ରେ ଏହିପରି ଗୋଟିଏ ପରେ ଗୋଟିଏ ଜୀବନ ଅକାଳରେ ଟଳି ପଡୁଛନ୍ତି। ସ୍ଵାଧୀନତା ର ଏତେ ବର୍ଷ ବିତି ଯାଇଥିଲେ ବି ବ୍ଳକ ସଦର ମହକୁମାର ଚିତ୍ର ଯଦି ଏହିପରି ବ୍ଲକର ଅନ୍ୟ ପଞ୍ଚାୟତ ଗୁଡିକ ରେ କେମିତି ହୋଇଥିବ ଉନ୍ନତି ।