Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରୋଗୀଙ୍କ ଇଚ୍ଛା ରଖିଲେ ଡାକ୍ତର, ଆଇସିୟୁରେ ଆଇସକ୍ରିମ ଖାଇ ମହିଳା ମୃତ, ହେଲେ ହୋଟେଲ୍ ରୁମରୁ ମିଳିଲା ପୁତୁରାଙ୍କ ମୃତ ଦେହ

5/07/2021 at 11:30 PM

ନୂଆଦିଲ୍ଲୀ ୦୫।୦୭: ଆଇସିୟୁରେ ଆଇସ କ୍ରିମ୍‌ ଖାଇ ୨୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଦୁଃଖଦ ଘଟଣା ଘଟିଛି ଦିଲ୍ଲୀର ଗୁରୁଗ୍ରାମରେ। ମୃତ ମହିଳା ହେଲେ ରୋଜି ସାଙ୍ଗମା। ରୋଜି ଗୁରୁଗ୍ରାମର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏହାର ଗୋଟିଏ ଦିନ ପରେ ତାଙ୍କ ପୁତୁରା ସାମ୍ୟୁଏଲ ସାଙ୍ଗମାଙ୍କ ମୃତଦେହ ଏକ ହୋଟେଲ୍‌ଲୁ ମିଳିଛି। ଏହାପରେ ଖୁଡ଼ୀ ପୁତୁରାଙ୍କ ମୃତ୍ୟୁକୁ ନେଇ ସାମାଜିକ ଗଣମାଧ୍ୟମରେ ନାନା ପ୍ରଶ୍ନ ଉଠିଥିବା ବେଳେ ପୋଲିସ୍‌ ସାମ୍ୟୁଏଲଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଛି।

ମେଘାଳୟର ତୁରା ସାଂସଦ ଅଗଥା ସାଙ୍ଗମା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଚିଠି ଲେଖି ଜଣାଇଛନ୍ତି। ବର୍ତ୍ତମାନ ଦିଲ୍ଲୀ ପୁଲିସ୍‌ ଓ ଗୁରୁଗ୍ରାମ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି। ଖବର ଅନୁସାରେ, ସାମ୍ୟୁଏଲଙ୍କ ଘର ନାଗାଲ୍ୟାଣ୍ଡର ଦିମାପୁରରେ ହୋଇଥିବା ବେଳେ ସେ ଦିଲ୍ଲୀର ବିଜ୍ୱାସନ ଅଞ୍ଚଳରେ ତାଙ୍କ ଖୁଡି ରୋଜିଙ୍କ ସହ ଭଡ଼ା ଘରେ ରହୁଥିଲେ। ରୋଜି ପେଶାରେ ଜଣେ ଏୟାରହୋଷ୍ଟେସ। ଜୁନ୍‌ ୨୩ ତାରିଖ ରାତିରେ ହଠାତ୍‌ ରୋଜି ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ହାତ ଓ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ହେବା ସହିତ ତାଙ୍କର ପ୍ରବଳ ରକ୍ତଶ୍ରାବ ମଧ୍ୟ ହୋଇଥିଲା। ଏହା ଦେଖି ସାମ୍ୟୁଏଲ ରୋଜୀଙ୍କୁ ଦିଲ୍ଲୀର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନସୁଧୁରିବାରୁ ଜୁନ୍‌ ୨୪ରେ ରୋଜୀଙ୍କୁ ଗୁରୁଗ୍ରାମର ସେକ୍ଟର ୧୦ରେ ଥିବା ଆଲଫା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଚିକିତ୍ସିତ ହେବା ପରେ ରୋଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଏହାପରେ ସେ ଆଇସିୟୁରେ ଥିବା ବେଳେ ଡାକ୍ତରଙ୍କ ଉପସ୍ଥିତିରେ ରୋଜିଙ୍କୁ ଆଇସକ୍ରିମ ଖାଇବାକୁ ଦିଆଯାଇଥିଲା। ତେବେ ଆଇସିକ୍ରିମ ଖାଇବା ପରେ ରୋଜୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖୁଡ଼ୀର ମୃତ୍ୟୁ ନେଇ ସାମ୍ୟୁଏଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ନ୍ୟାୟ ପାଇଁ ସାମାଜିକ ଗଣମାଧ୍ୟମରେ ଭିଡିଓ କରି ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ମାଡ଼ ମାରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ରୋଜିଙ୍କ ମୃତ୍ୟୁର ୨୪ ଘଣ୍ଟା ଭିତରେ ସାମ୍ୟୁଏଲଙ୍କ ମୃତଦେହ ଗୋଟିଏ ହୋଟେଲରୁ ଉଦ୍ଧାର କରିଥିଲା ପୁଲିସ। ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି।

ତେବେ ଘଟଣା ସମ୍ପର୍କରେ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଜୁନ୍‌ ୨୪ ତାରିଖ ସକାଳ ପ୍ରାୟ ୬ଟାରେ ବେଳେ ରୋଜି ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ତାଙ୍କୁ ଜରୁରୀ କାଳୀନ ୱାର୍ଡରେ ଚିକିତ୍ସିତ କରାଯିବା ପରେ ଆଇସିୟୁରେ ରଖାଯାଇଥିଲା।

ଦିନ ୧୧ଟା ବେଳେ ରୋଜି ଆଇସିୟୁରେ ଥିବା ଜଣେ ରୋଗୀ ଆଇସକ୍ରିମ ଖାଉଥିବା ଦେଖିବା ପରେ ନିଜେ ମଧ୍ୟ ଆଇସକ୍ରିମ ଖାଇବାକୁ ଜିଦ ଧରିଥିଲେ। ତାଙ୍କରି ଇଚ୍ଛା ପୂରଣ ପାଇଁ ହସ୍ପିଟାଲ ପକ୍ଷରୁ ତାଙ୍କୁ ଆଇସକ୍ରିମ ଦିଆଯାଇଥିଲା ବୋଲି ହସ୍‌ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି। ତେବେ ସାମ୍ୟୁଏଲଙ୍କ ସହ ହସ୍ପିଟାଲ ପକ୍ଷରୁ କୌଣସି ପ୍ରକାରର ମାରପିଟ ହୋଇ ନଥିବା ଏହାର ମାଲିକ ଡା ଅନୁଜ ବିଷ୍ଣୋଇ ସଫେଇ କହିଛନ୍ତି। ସାମ୍ୟୁଏଲଙ୍କ ବାପା ମଧ୍ୟ ରୋଜି ଓ ତାଙ୍କ ପୁଅର ମୃତ୍ୟୁ ପାଇଁ ନ୍ୟାୟ ଦାବି କରିବା ସହିତ ଉଚିତ ତଦନ୍ତ ହେଉ ବୋଲି କହିଛନ୍ତି।

   Related Posts