Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୋଟ ଦେବାକୁ ଆସୁଥିବାବେଳେ ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ

29/04/2019 at 2:12 PM

ନୀଳଗିରି ୨୯/୪ : ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀରେ ଆଜି ସକାଳ ୭ଟା ରୁ ମତଦାନ ଆରମ୍ଭ ହୋଇଥିଲା ।ଉତ୍ସୁକତାର ସହ ଭୋଟର ମାନେ ମତଦାନ କେନ୍ଦ୍ରକୁ ଯାଇ ମତଦାନ କରିଛନ୍ତି । ମୋଟ ଏକ ଲକ୍ଷ ୯୯ହଜାର ୬୭୬ ଜଣ ଭୋଟର ମତଦାନ କରିବେ । ୨୧୮ ଟି ବୁଥରେ ମତଦାନ ପ୍ରକ୍ରିୟା ଜାରି ରହିଛି । ତେବେ ଶାନ୍ତି ଶୃଙ୍ଖଳାର ସହ ମତଦାନ ସାରିବା ନେଇ ଆଶା ବାନ୍ଧିଛନ୍ତି ଅଂଚଳବାସୀ | ନୀଳଗିରିରେ ଭୋଟ ଦେବାକୁ ଆସୁଥିବାବେଳେ ଅଂଶୁଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି |

   Related Posts