ଅନୁଗୁଳରେ ହାତୀ ଆତଙ୍କ : ମହିଳାଙ୍କୁ କଚାଡି ମାରିଦେଇଥିଲା ହାତୀ
20/05/2019 at 12:24 PM

ଅନଗୁଳ ୨୦/୫ : ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳ କଣଲୋଇ ଜଙ୍ଗଲରେ ହାତୀ ଆକ୍ରମଣ ଦେଖାଦେଇଛି । ହାତୀ ଜଣେ ମହିଳାଙ୍କୁ କଚାଡି ମାରିଛି । ମୃତକ ହେଲେ ତାଳ ତାଇଳା ଗାଁର ଖେଡି ମାଝୀ । ସେ ପାଖ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ ।ହାତୀଟି ମହିଳାଙ୍କୁ କଚାଡି ମାରିଦେଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଖବରପାଇ ଅନୁଗୁଳ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ଲୋକମାନଙ୍କୁ ବୁଝାସୁଝା କରିଛନ୍ତି। ଲୋକମାନେ ହାତୀ ଦାଉରୁ ସୁରକ୍ଷା ଦାବି କରିଛନ୍ତି ।
Related Posts
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021
ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
18 January 2021
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ହାତରେ ଲାଗିଛି ଗଭୀର କ୍ଷତ
18 January 2021